'ଯେବେ ସେ ପ୍ରହାର କରେ, ବୋଲର ଅସହାୟ ହୋଇପଡ଼େ', ଅଭିଷେକଙ୍କ ବ୍ୟାଟିଂ ଉପରେ ରାଶିଦଙ୍କ ବଡ଼ ଟିପ୍ପଣୀ

NEWS7
horoscope-for-thursday-march-12

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଅଭିଷେକ ଶର୍ମା ନିଜର ବିଧ୍ଵଂସୀ ବ୍ୟାଟିଂ ବଳରେ ବିଶ୍ଵ କ୍ରିକେଟରେ ଚହଳ ପକାଇଛନ୍ତି। ତାଙ୍କ ବ୍ୟାଟିଂର ପ୍ରଭାବ କେବଳ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଦୁନିଆର ସର୍ବଶ୍ରେଷ୍ଠ ସ୍ପିନର ଭାବେ ଗଣା ରାଶିଦ ଖାନ ମଧ୍ୟ ସ୍ଵୀକାର କରିଛନ୍ତି। ରାଶିଦଙ୍କ କହିବା କଥା ଏହି ଯୁବ ବ୍ୟାଟରଙ୍କ ସାମ୍ନା କରିବା କୌଣସି ବି ବୋଲରଙ୍କ ପାଇଁ ଅଗ୍ନି ପରୀକ୍ଷାଠୁ କମ ନୁହେଁ। ରାଶିଦ ଖାନ ସନରାଇଜର୍ସ ହାଇଦ୍ରାବାଦରେ ଅଭିଷେକଙ୍କ ସହ ଏକାଠି ଖେଳିଛନ୍ତି। ଅଭିଷେକଙ୍କ ଖେଳରେ ଆସିଥିବା କ୍ରାନ୍ତିକାରୀ ପରିବର୍ତ୍ତନ ଦେଖି ସେ ଆଶ୍ଚର୍ଯ୍ୟ।

ରାଶିଦ ଖାନ ଅଭିଷେକ ଶର୍ମାଙ୍କ ଖେଳରେ ଘଟିଥିବା ଉନ୍ନତିକୁ ବହୁତ ନିକଟରୁ ଦେଖିଛନ୍ତି। ସେ କହିଛନ୍ତି, ଅଭିଷେକ ନିଜକୁ ଜଣେ ସାଧାରଣ ଖେଳାଳିରୁ ବଦଳାଇ ମ୍ୟାଚ୍ ବିଜେତା ଖେଳାଳି ଭାବେ ସ୍ଥାପିତ କରିଛନ୍ତି। ମୁଁ ଅଭିଷେକଙ୍କ ସହ ସନରାଇଜର୍ସ ହାଇଦ୍ରାବାଦରେ ବହୁ ସମୟ ବିତାଇଛୁ। ଆମେ ପାଖାପାଖି ତିନି ବର୍ଷ ଏକାଠି ଖେଳିଛୁ। ମୁଁ ସେହି ସମୟରେ ଅନୁମାନ କରୁଥିଲି, ସେ ଜଣେ ବହୁତ ଖାସ ଖେଳାଳି ହେବାକୁ ଯାଉଛନ୍ତି। ସେ ପୂର୍ବରୁ ଜଣେ ସାଧାରଣ ସ୍ପିନ ଅଲରାଉଣ୍ଡର ପରି ଖେଳୁଥିଲେ। ମାତ୍ର ଏବେ ସେ ସଂପୂର୍ଣ୍ଣ ଅଲଗା ରୂପରେ ଖେଳୁଛନ୍ତି। ବିନାଶକାରୀ ବ୍ୟାଟର ପାଲଟି ଯାଇଛନ୍ତି।ଏହି ପରିବର୍ତ୍ତନ ଅଭିଷେକଙ୍କୁ ଆଜିର ସମୟର ସବୁଠୁ ବିପଦଜ୍ଜନକ ଟି-୨୦ ଓପନରରେ ପରିଣତ କରିଛି।

ରାଶିଦ ଖାନ କହିଛନ୍ତି, ଅଭିଷେକ ଶର୍ମାଙ୍କ ପରି ନିର୍ଭୀକ ବ୍ୟାଟରଙ୍କ ସାମ୍ନାରେ ବୋଲିଂ କରିବା କେବଲ କୌଶଳ ପର୍ଯ୍ୟାପ୍ତ ନୁହେଁ। ମାନସିକ ଦୃଢତାର ମଧ୍ୟ ଆବଶ୍ୟକତା ରହିଛି। ଯେବେ ଅଭିଷେକ ଲୟରେ ଥାଆନ୍ତି ସେତେବେଳେ ବୋଲର ଅସହାୟ ନଜର ଆସିଥାଏ। ବୋଲରଙ୍କୁ ପରାମର୍ଶ ଦେଇ ରାଶିଦ କହିଛନ୍ତି, ଅଭିଷେକଙ୍କୁ ରୋକିବା ପାଇଁ ହେଲେ ବୋଲର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ।ବୋଲରଙ୍କୁ ମାନସିକ ଭାବେ ନିଜର ବୋଲିଂ ବିବିଧତାକୁ ନିୟନ୍ତ୍ରଣ ରଖିବା ଉଚିତ୍।