ଗୋଦାମ କାନ୍ଥରେ ୨ ଫୁଟର ସୁଡଙ୍ଗ ; ଦୁର୍ବୃତ୍ତ ନେଇଗଲେ ପେଟି ପେଟି ସିଗାରେଟ୍, ପଡ଼ିଛି ଚିପ୍ସ ପ୍ୟାକେଟ୍

NEWS7
home-ministry-ask-report-to-telengana-govt-over-encounter-case

କାମାକ୍ଷାନଗର ୨୯।୧: ଅଧ ରାତିରେ ଆସିଲେ । ଗୋଦାମ ପଛପଟ କାନ୍ଥରେ ୨ ଫୁଟର ସୁଡ଼ଙ୍ଗ ଖୋଳିଲେ । ଗୋଦାମ ଭିତରେ ପଶିଲେ ଦୁଇ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସିଗାରେଟ୍ ବୋହିନେଲେ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୋଦରବିଲି ଗାଁ ସ୍ଥିତ ମା' କାମାକ୍ଷୀ ଏଣ୍ଟରପ୍ରାଇଜେସ୍ ଗୋଦାମ ଗୃହରୁ ଲୁଟ୍ ହୋଇଛି । ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୋଦରବିଲି ଗାଁ ସ୍ଥିତ ମା' କାମାକ୍ଷୀ ଏଣ୍ଟରପ୍ରାଇଜେସ୍ ଗୋଦାମ ଗୃହରୁ ୭୦ ଲକ୍ଷ ଟଙ୍କାର ସିଗାରେଟ୍ ଲୁଟି ନେଲେ ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ଗୋଦାମ ଗୃହ ପଛପଟ କାନ୍ଥରେ ସୁଡ଼ଙ୍ଗ କରି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ତେବେ ସିସିଟିଭି କ୍ୟାମେରାରେ ୨ ଜଣ ଦୁର୍ବୃତ୍ତ ରହିଥିବା ଦେଖିବାକୁ ମିଳିଛି । ଏ ନେଇ ଅଭିଯୋଗ ପରେ ତୁମୁସିଙ୍ଗା ପୋଲିସ ଏବଂ ଜିଲ୍ଲା ଫୋରେନସିକ୍ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।

କିଭଳି ସିକ୍ୟୁରିଟି ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ଥିଲେ ମଧ୍ୟ ଏତେ ବଡ଼ ଧରଣର ଚୋରି ହୋଇଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଦାମ ଗୃହରୁ ପଛପାଖ କାନ୍ଥ ଭାଙ୍ଗି ପ୍ରାୟ ଦୁଇ ଫୁଟର ସୁଡଙ୍ଗ କରି ଲୁଟିନେଲେ ଦୁର୍ବୃତ୍ତ ।

ସେପଟେ ବୁଧବାର କାମାକ୍ଷାନଗର ଅନନ୍ତପୁର ସାହିରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର । ପୋଲିସ ଦୁଇ ଜଣ ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରାଉଚରା ଚଳାଇଛି । ଅଞ୍ଚଳରେ ବାରମ୍ବାର ଚୋରିକୁ ନେଇ ଚିନ୍ତାରେ ଅଛନ୍ତି ଅଞ୍ଚଳବାସୀ ।