LIVE TV
LIVE TV

୨୦୨୨ରୁ ଏପର୍ଯ୍ୟନ୍ତ ୨ ଲକ୍ଷ ଲୋକତୀବ୍ର ଶ୍ୱାସକ୍ରିୟା ରୋଗରେ ପୀଡ଼ିତ:ଡାକ୍ତର କହିଲେ, ବାୟୁ ପ୍ରଦୂଷଣ ମୁଖ୍ୟ କାରଣ

NEWS7
himachal-pradesh-punjabi-singer-manmeet-singh-recovered-from-kareri-lake-area-in-kangra-district

ନୂଆଦିଲ୍ଲୀଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରଦୂଷଣ ଲୋକଙ୍କ ଅବସ୍ଥା ଶୋଚନୀୟ କରି ଦେଲାଣି। ରାଜଧାନୀବାସୀ ଶ୍ୱାସକ୍ରିୟା ଜନିତ ରୋଗରେ ପଡ଼ି ନାନା ହନ୍ତସନ୍ତ ହେଉଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ଦିଲ୍ଲୀରେ ୨ ଲକ୍ଷରୁ ଅଧିକ ତୀବ୍ର ଶ୍ୱାସକ୍ରିୟା ରୋଗ (ଆକ୍ୟୁଟ ରେସପିରେଟୋରି ଇଲନେସ- ଏଆରଆଇ) ପୀଡ଼ିତ ଥିବା ସଦ୍ୟ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏଆରଆଇ ଯୋଗୁ ବର୍ତ୍ତମାନ ଦିଲ୍ଲୀ ହସ୍ପିଟାଲ୍‌ଗୁଡ଼ିକରେ ରୋଗୀଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ସରକାରୀ ଡାଟା କହୁଛି ବର୍ତ୍ତମାନ ହଜାର ହଜାର ଏଆରଆଇ ରୋଗୀ ଆଡ୍‌ମିଶନ ହେବାକୁ ଚାହୁଁଛନ୍ତି।

ରାଜ୍ୟସଭାରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ନେଇ ସାଂସଦ ଡକ୍ଟର ବିକ୍ରମଜିତ ସିଂହ ସାହନୀ ପ୍ରଶ୍ନ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରଖିଥିବା ଉତ୍ତରରୁ ଏହି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାୟୁ ପ୍ରଦୂଷଣକୁ ଶ୍ୱାସକ୍ରିୟା ରୋଗ ପାଇଁ ଏକ ପ୍ରମୁଖ କାରକ ବୋଲି ମନ୍ତ୍ରଣାଳୟ କହିଛି। ମନ୍ତ୍ରୀ ପ୍ରତାପରାଓ ଜାଦବ କହିଛନ୍ତି ଯେ ସରକାର ଏକ ବୃହତ ଏବଂ ସୁଦୃଢ଼ ରୋଗ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଜିନିଷଗୁଡ଼ିକ ଉପରେ କଡ଼ା ନଜର ରଖିଛନ୍ତି।

ବାୟୁ ପ୍ରଦୂଷଣର ପ୍ରଭାବ ଏକାଧିକ ଦିଗକୁ ନେଇ ପଡ଼ୁଛି। ଯେମିତିକି ଖାଇବା ପିଇବାର ଅଭ୍ୟାସ, ବୃତ୍ତିଗତ ଅଭ୍ୟାସ, ସାମାଜିକ-ଆର୍ଥିକ ସ୍ଥିତି, ମେଡିକାଲ ହିଷ୍ଟ୍ରୀ, ରୋଗ ପ୍ରତିରୋଧକ ଶକ୍ତି, ବଂଶଗତ ସମସ୍ୟାକୁ ନେଇ ରୋଗ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏଆରଆଇ ନେଇ ରାଜ୍ୟସଭାରେ ଯେଉଁ ତଥ୍ୟ ଦିଆଯାଇଛି, ଏହି ସଂଖ୍ୟା ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC)ରୁ ଆସିଛି। ଏହି ସଂସ୍ଥା କିଛି ନିରୀକ୍ଷଣ କରୁଥିବା ନିର୍ଦ୍ଦିଷ୍ଟ ହସ୍ପିଟାଲରୁ ପ୍ରଦୂଷଣ ସମ୍ବନ୍ଧୀୟ ରୋଗଗୁଡ଼ିର ତଥ୍ୟକୁ ଟ୍ରାକ୍ କରେ। ରାଜ୍ୟସଭାରେ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଦିଲ୍ଲୀର ଏପରି ୬ଟି ସ୍ଥାନକୁ ଟ୍ରାକ୍ କରି ଦିଆଯାଇଛି। ଏହି ଅଧ୍ୟୟନରେ ହସ୍ପିଟାଲ୍‌ରେ ଜରୁରୀକାଳୀନ ବିଭାଗକୁ ଆଶୁଥିବା ୩୩,୨୧୩ ଜଣ ରୋଗୀଙ୍କୁ ନିଆଯାଇଥିଲା ଯେଉଁଥିରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ରାଜଧାନୀରେ ଥିବା ୬ କେନ୍ଦ୍ରୀୟ ସରକାରୀ ହସ୍ପିଟାଲ ରିପୋର୍ଟ ଏମିତି

• ୨୦୨୨ରେ ୬୭,୦୫୪ ଏଆର୍ଆଇ ମାମଲା ରିପୋର୍ଟ ହୋଇଥିଲେ। ଯେଉଁଥିରେ ୯,୮୭୮ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
• ୨୦୨୩ରେ ୬୯,୨୯୩ ଜଣ ମାମଲା, ୯,୭୨୭ ଜଣ ଭର୍ତ୍ତି ହୋଇଥିଲେ।
• ୨୦୨୪ରେ ୬୮,୪୧୧ ମାମଲା, କିନ୍ତୁ ୧୦,୮୧୯ ଜଣ ଭର୍ତ୍ତି ହୋଇଥିଲେ, ଯାହା ଏପର୍ଯ୍ୟନ୍ତ ସର୍ବାଧିକ

କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ ସହରମାନଙ୍କର ବି ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଚେନ୍ନାଇ, ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲ ଏବଂ ଷ୍ଟାନଲି ମେଡିକାଲ କଲେଜରେ ୨୦୨୩ ମସିହାରେ ୧,୬୪୭ ଏଆରଆଇ ମାମଲା ଏବଂ ୫୬୩ ଜଣ ଭର୍ତ୍ତି ହୋଇଥିବା ରେକର୍ଡ କରାଯାଇଥିଲା। ଏହା ପରେ ୨୦୨୪ ମସିହାରେ ୧,୫୦୨ ମାମଲା ଏବଂ ୩୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୁମ୍ବାଇରେ ବି ସ୍ଥିତି ଗମ୍ଭୀର ରହିଛି।