T 20 World Cup: ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ, ନେଦରଲାଣ୍ଡକୁ ୧୯୪ ରନ ଟାର୍ଗେଟ୍ ଦେଲା ଭାରତ

NEWS7
high-court-granted-bail-to-ex-army-official-sanaullah

ଅହମ୍ମଦାବାଦ: ଟି-୨୦ ବିଶ୍ଵକପ୍ ୨୦୨୬ର ନିଜର ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡକୁ ଭେଟିଛି ଭାରତ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ଭାରତ ପକ୍ଷରୁ ଶିବମ ଦୁବେ ୬୬ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଛନ୍ତି। ନେଦରଲାଣ୍ଡ ସମ୍ମୁଖରେ ରହିଛି ୧୯୪ ରନର ବିଜୟ ଲକ୍ଷ୍ୟ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ଅଭିଷେକ ଶର୍ମା ନିଜର ଖରାପ ଫର୍ମ ଜାରି ରଖି ପୁଣି ଥରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି। ଚଳିତ ଟି-୨୦ ବିଶ୍ଵକପରେ ଅଭିଷେକ ଏ ପର୍ଯ୍ୟନ୍ତ ଖାତା ଖୋଲି ପାରି ନାହାନ୍ତି। ଏହା ପରେ ଇଶାନ କିଶନ ଓ ତିଳକ ବର୍ମା ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୮ ରନ ଯୋଡ଼ିଥିଲେ। ଇଶାନ କିଶନ ୧୮ ରନ କରିଥିଲେ ହେଁ ଦୁର୍ଭାଗ୍ୟବଶତଃ ଆଉଟ୍ ହୋଇଥିଲେ।

ଧ୍ୟକ୍ରମରେ ତିଲକ ବର୍ମା ୩୧ ରନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ କରିଥିଲେ। ଶିବମ ଦୁବେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୧ ବଲରୁ ୪ ଚୌକା ଓ ୬ ଛକା ସହ ୬୬ ରନର ଧମାକାଦାର ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରୁ ୩୦ ରନ କରିଥିଲେ। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି।