LIVE TV
LIVE TV

ରାଞ୍ଚିରେ କୋହଲି ମାରିଲେ କ୍ଲାସିକ୍ ସେଞ୍ଚୁରୀ....ହଠାତ୍ ଧସେଇ ପଶିଲେ ଫ୍ୟାନ, ମାରିଲେ ମୁଣ୍ଡିଆ...

NEWS7
high-court-granted-bail-to-ex-army-official-sanaullah

ନୂଆଦିଲ୍ଲୀ ୦୧/୧୨: କିଙ୍ଗ ଇଜ୍ ବ୍ୟାକ୍ । ଦିନକିଆରେ ଐତିହାସକ ଇଂନିସ । ଖେଳିଲେ ଶତକୀୟ ପାଳି । ଉଛୁଳିଲା ରାଞ୍ଚି ମୈଦାନ । ଆଉ ଫ୍ୟାନ ବି କୋହଲିଙ୍କ ଖେଳରେ ବେଶ୍ ଝୁମିଲେ । ଘରୋଇ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍ରେ ବିରାଟ ପାଳି ଖେଳିଛନ୍ତି ସେ। ତାଙ୍କ ରେକର୍ଡଭରା ଶତକୀୟ ପାଳି (୧୩୫ ରନ୍) ବଳରେ ରାଞ୍ଚି ଦିନିକିଆକୁ ରୋମାଞ୍ଚକ ଭାବେ ୧୭ ରନ୍‌ରେ ଜିତି ନେଇଛି ଭାରତ।

​​​​​​​

ନିଜ ୫୨ତମ ଶତକର ଉତ୍କଣ୍ଠାପୂର୍ଣ୍ଣ ଯାତ୍ରା ଭିତରେ କୋହଲି ମଧ୍ୟ ପ୍ରଶଂସକଙ୍କୁ ବିମୋହିତ କରିଛନ୍ତି । ତେବେ କୋହଲି ଶତକ ମାରିବା ପରେ ନିଜେ ମୈଦନରେ ଖୁସିରେ ଡେଇଁଥିଲେ । ଆଉ ବିରୋଧୀ କରୁଥିବା ସମାଲୋଚନାରେ ପକାଇଥିଲେ ପୂର୍ଣ୍ଣେଛଦ । ତେବେ କୋହଲିଙ୍କ ଏପରି ଶତକୀୟ ଇଂନିସ ପରେ ମାନିନଥିଲା ଦର୍ଶକଙ୍କ ମନ । ଜଣେ ଦର୍ଶକ କଡ଼ା ସୁରକ୍ଷାକୁ ଭେଦ କରି ବ୍ୟାରିକେଡ ଭାଙ୍ଗି ପଡ଼ିଆ ଭିତରେ ପଶି ତାଙ୍କୁ ମୁଣ୍ଡିଆ ମାରିଥିଲେ । କାରଣ କୌଣସି ଗୋଟିଏ ଫର୍ମାଟ୍ରେ ସର୍ବାଧିକ ଶତକ ହାସଲ କରିବାରେ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କୁ ଟପିଥିଲେ କୋହଲି ।

ବ୍ୟକ୍ତିଗତ ଭାବେ ବିରାଟଙ୍କ ପାଇଁ ଅଧିକ ସ୍ମରଣୀୟ ଓ ସ୍ବତନ୍ତ୍ର ହୋଇଛି ଏହା । କୋହଲିଙ୍କ ପୁରୁଣା ସାଥୀ ରୋହିତ ଶର୍ମା ମଧ୍ୟ ପଛରେ ନାହାନ୍ତି। ୫୭ ରନ୍ର ପାଳି ଭିତର ସେ ମଧ୍ୟ ଏକାଧିକ ରେକର୍ଡର ଅଧିକାରୀ କରିଛନ୍ତି। ‘ରୋକା’ଙ୍କ ସ୍ବର୍ଣ୍ଣିମ ସ୍ପର୍ଶରେ ଭାରତୀୟ ଦଳ ବି ବିଜୟ ଧାରାକୁ ଫେରିଛି।