କୋଭିଡ୍ ଟିକା ଯୋଗୁଁ ଶ୍ରେୟସ୍‌ଙ୍କୁ ହୋଇଥିଲା ହୃଦ୍‌ଘାତ୍‌ ! କହିଲେ-ଟିକା ନେବା ପରେ ଥକ୍କା ଲାଗୁଥିଲା…

Published By : Prameya-News7 Bureau | May 06, 2024 IST

ମୁମ୍ଵାଇ ୦୬।୦୫: ୨୦୨୩ ବର୍ଷ ବଲିଉଡ ଅଭିନେତା ଶ୍ରେୟସ ତାଲପଡେଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା । କାହଁକି ନା ସେହି ବର୍ଷ ଅଭିନେତାଙ୍କର ହୃଦଘାତ ହୋଇଥିଲା। ଯାହା ପରେ ଡାକ୍ତରଙ୍କୁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଲା । ତେବେ ବର୍ତ୍ତମାନ ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଏତିକି ନୁହେଁ ସେ  ତାଙ୍କ ହୃଦଘାତ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ ଏବଂ ଏହାର କାରଣ କୋଭିଡ -୧୯ ଟିକା ର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ବୋଲି କହିଥିଲେ।

ନିକଟରେ ଶ୍ରେୟସ ତଲପଡେଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରେ ତଲପଡେ ନିଜ ସ୍ବାସ୍ଥ୍ୟ ଓ କୋଭିଡ଼ ଟିକାକୁ ନେଇ ଚାଞ୍ଚଲ୍ୟକର କଥା କହିଛନ୍ତି। ସ୍ୱାସ୍ଥ୍ୟର ଯତ୍ନ ନେଉଥାଇ ବି  ହୃଦଘାତରେ ପୀଡିତ ହୋଇଥିଲେ। ସେ କହିଛନ୍ତି ଯେ ଟିକା ନେବା ପରେ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ କହିଥିଲେ କି 'ମୁଁ ଧୂମପାନ କି ନିୟମିତ ମଦ ପିଏ ନାହିଁ, ମୁଁ ବୋଧହୁଏ ମାସରେ ଥରେ କିମ୍ବା ଦୁଇଥର ପିଇଥାଏ। ତମାଖୁ ଖାଏ ନାହିଁ । ମୋର କୋଲେ‌ଷ୍ଟ୍ରଲ ସ୍ତର ଅଧିକ ଥିଲା। ତେଣୁ ମୁଁ ଚିକିତ୍ସାରେ ଥିଲି। ମୋ‌ର ଶରୀରରେ ମଧୁମେହ ଓ ରକ୍ତଚାପ ଭଳି କୌଣସି ସମସ୍ୟା ନାହିଁ। ଏହା ସତ୍ତ୍ବେ ବି ହୃଦଘାତର ଶିକାର ହେବା ମୋ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କେଉଁ କାରଣରୁ ମୋର ହୃଦଘାତ ହୋଇଥାଇପାରେ ବୋଲି ସବୁବେଳେ ମନରେ ପ୍ରଶ୍ନ ଉଙ୍କି ମାରୁଛି।

 

ସତ ତ କହିପାରିବି ନାହିଁ କିନ୍ତୁ ମୁଁ ଅନୁମାନ କରୁଛି କି କୋଭିଡ଼ ଟିକା ନେବା ପରେ ମୋର ଶରୀର ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି। ସେ ସମୟରେ ମୋତେ ବହୁତ ଥକ୍କା ଥକ୍କା ଲାଗୁଥିଲା। ଏବେ ବି ସମୟ ସମୟରେ ସେମିତି ଅନୁଭବ ହେଉଛି। ତେ‌ବେ ମୁଁ କହିବି ୧୦୦ ପ୍ରତିଶତ ନହେଲେ ବି କୋଭିଡ ଟିକାର କିଛି ପ୍ରତିଶତ ମୋ ହୃତଘାତର କାରଣ ହୋଇପାରେ।’

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.