LIVE TV

ଓଡ଼ିଶା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, କ୍ୱାର୍ଟର ଭିତରୁ ମିଳିଲା ମୃତଦେହ !

NEWS7
hero-company-has-given-2-wheeler-ambulance-to-bhadrak-administrative

ଭୁବନେଶ୍ୱର ୧୭/୧୦: ଓଡ଼ିଶାର ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ! ସ୍ୱାମୀ ଓଡ଼ିଶା ଆସିଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ସୂଚନା । ଶିକ୍ଷୟିତ୍ରୀ ଜଣଙ୍କ ଏସ.ପି. ଅନିଦିତା ମହନ୍ତଙ୍କୁ ହାଇଦ୍ରାବାଦର ଅଳ୍ପନା ନାମକ ଏକ କନଷ୍ଟ୍ରକ୍ସନ କମ୍ପାନୀରେ କାମ କରୁଥିଲେ I ଭୁବନେଶ୍ୱର ଭରତପୁର ଅଞ୍ଚଳରେ ରହୁଥିବା ମହିଳା ଜଣକ, ସେଠାରେ ଥିବା ଶ୍ରମିକ ମାନଙ୍କ ଶିଶୁଙ୍କୁ ପାଠ ପଢ଼ାଉଥିଲେ I

ଗତ ୬ ମାସ ତଳେ ହାଇଦ୍ରାବାଦ ଯାଇଥିଲେ I ଗତ ବୁଧବାର ଦିନ ତାଙ୍କ କ୍ୱାର୍ଟର ଭିତରୁ ସନ୍ଦେହଜନକ ଭାବେ ମୃତ ଦେହ ମିଳିଥିଲା I ଏନେଇ ଥାନାରେ ଅଭିଯୋଗ ହୋଇଛି I ତେବେ ପୁରା ପରିବାର କରଜ ବୁଡି ରହିଥିବା ବେଳେ, ଝିଅଟି କରଜ ସୁଝିବାକୁ ଯାଇ ଶବ ପାଲଟି ଗଲେ ବୋଲି କହିଛନ୍ତି ତାଙ୍କ ମାଆ I ସେପଟେ ବାପା ଭୁବନେଶ୍ୱର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଦୋଷୀକୁ ଉଚିତ୍ ଦଣ୍ଡ ଦେବାକୁ ଦାବି କରିଛନ୍ତି । 

ସୂଚନା ଥାଉକି, ୨୬ ବର୍ଷୀୟ ମହିଳା ୬ ମାସ ହେଵ ସ୍ୱାମୀଙ୍କ ସହିତ ହାଇଦ୍ରାବାଦରେ ରହି ଆସୁଥିଲେ। ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ପାସପୋର୍ଟ ସଂଶୋଧନ ପାଇଁ ସ୍ବାମୀ ଓଡିଶା ଆସିଥିବା ବେଳେ ସେଠାରେ ସ୍ତ୍ରୀଙ୍କର ଦେହ ଅସୁସ୍ଥ ଖବର ପାଇଥିଲେ । ତୁରନ୍ତ ହାଇଦ୍ରାବାଦ ଫେରିବା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ମିଳିଥିଲା । ସ୍ୱାମୀଙ୍କର ସନ୍ଦେହ ଯେ, କୌଣସି ପାରିବାରିକ କଳହ ନଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ସ୍ତ୍ରୀ ହତ୍ୟାକୁ ନେଇ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ସ୍ବାମୀ ।