FIH ଫାଇନାଲରେ ମହିଳା ହକି ଟିମ୍, ‘X’ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

NEWS7
heavy-rainfall-alert-for-13districts-of-odisha

ଭୁବନେଶ୍ୱର ୧୪।୦୩ : ମହିଳା ହକି ଟିମକୁ ଶୁଭେଚ୍ଛା । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଇଟାଲୀରୁ ୧-୦ ଗୋଲ୍‌ରେ ହରାଇ ଫାଇନାଲରେ ଏଣ୍ଟ୍ରି କରିଥିବାରୁ ପୁରା ଟିମ୍‌କୁ ଶୁଭେଚ୍ଛା । ଏହାସହ ଆଗାମୀ ଦିନରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ରାଜ୍ୟ ଏବଂ ଦେଶର ନାଁକୁ ଗର୍ବାନ୍ୱିତ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି ।

 

ଚଳିତ ଏଫ୍ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ । ସେମି ଫାଇନାଲ୍ରେ ଭାରତ ୧-୦ ଗୋଲରେ ଇଟାଲୀକୁ ଏବଂ ଇଂଲଣ୍ଡ ୨-୦ ଗୋଲରେ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା। ପୂର୍ବରୁ ଭାରତ ସେମି ଫାଇନାଲରେ ପ୍ରବେଶ କରିବା ସହ ଆଗାମୀ ଏଫ୍ଆଇଏଚ୍ ମହିଳା ବିଶ୍ୱକପ୍-୨୦୨୬କୁ ଯୋଗ୍ୟତା ଅର୍ଜନ କରି ସାରିଥିଲା । ମାତ୍ର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଥିଲା। ଏଫ୍ଆଇଏଚ୍ ନିୟମ ଅନୁଯାୟୀ, ହାଇଦ୍ରାବାଦ ଓ ସାଣ୍ଟିଆଗୋ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରୁ ମୋଟ ୭ଟି ଦଳ ବିଶ୍ୱକପ୍ ଟିକେଟ୍ ହାସଲ କରିବେ। ଉଭୟ ପର୍ଯ୍ୟାୟର ପ୍ରଥମ ୩ଟି ସ୍ଥାନରେ ଥିବା ଦଳ ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀ ଚତୁର୍ଥ ସ୍ଥାନ ଦଳକୁ ଟିକେଟ୍ ପ୍ରଦାନ କରାଯିବ। ପୂର୍ବରୁ ସାଣ୍ଟିଆଗୋରେ ଚିଲି, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ଯୋଗ୍ୟତା ଅର୍ଜନ କରିଥିଲେ।

ଏ ଖବର ବି ପଢନ୍ତୁ:-Mao leader press release: ସଂଗଠନ କେବେ ବିଲୁପ୍ତ ହେବନି, ସଂଘର୍ଷକୁ କେବେ ଭୁଲି ହେବ ନାହିଁ'

ସେହିପରି ହାଇଦ୍ରାବାଦରେ ଭାରତ ଓ ଇଂଲଣ୍ଡ ଯୋଗ୍ୟତା ହାସଲ କରିଛନ୍ତି। ଶୁକ୍ରବାର ଭାରତ-ଇଟାଲୀ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ମନୀଷା ଚୌହାନଙ୍କ ଏକମାତ୍ର ଗୋଲ୍ ବଳରେ ଦଳ ଫାଇନାଲ୍ରେ ପ୍ରବେଶ କରିଥିଲା। ପ୍ରଥମ କ୍ୱାର୍ଟର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଆକ୍ରମଣକୁ ତୀବ୍ରତର କରିଥିଲା । ଏହି ଭାଗରେ ଦଳ ୩ଟି ପେନାଲ୍ଟି ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ସମସ୍ତ ପ୍ରୟାସ ବିଫଳ ଯାଇଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଖେଳାଳି ଜୋରଦାର ଆକ୍ରମଣ କରିଥିଲେ। ଶେଷରେ ୪୦ମିନିଟ୍ରେ ଦଳ ଗୋଲ୍ ଖାତା ଖୋଲିଥିଲା। ମନୀଷା ପେନାଲ୍ଟି ସୁଯୋଗକୁ ଗୋଲ୍ ରୂପ ଦେବାରେ ଆଦୌ ଅବହେଳା କରିନଥିଲେ। ଭାରତ ୧-୦ରେ ଆଗେଇ ଥିଲା। ଏହି ଭାଗରେ ଶେଷ ଆଡ଼କୁ ଦଳ ଆଉ ୨ଟି ପେନାଲ୍ଟି ସୁଯୋଗର ହାତଛଡ଼ା କରିଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ଆଉ୍ ୨ଟି ପେନାଲ୍ଟି ସୁଯୋଗ ପାଇଥିଲା ଏବଂ ତାହା ବିଫଳ ଯାଇଥିଲା । ୫୯ ମିନିଟରେ ଇଟାଲୀକୁ ଏକ ପେନାଲ୍ଟି ମିଳିଥିଲା। ଦଳ ନିକଟରେ ସ୍ଥିତି ବରାବର କରିବାର ସୁଯୋଗ ଥିଲେ ମଧ୍ୟ ଏହାକୁ ଗୋଲ୍ ରୂପ ଦେବାରେ ବିଫଳ ହୋଇଥିଲା । ଭାରତ ୧-୦ରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିଥିଲ ।

ଏ ଖବର ବି ପଢନ୍ତୁ:- ନିରାଶ ହେବେ RCB ଫ୍ୟାନ୍ସ, ଏଥର ଚାମ୍ପିଅନ୍ ହେବନି ରୟାଲ ଚ୍ୟାଲେଞ୍ଜର୍ସ ! ଅନୁମାନ ପଛରେ ଭୟଙ୍କର ଇତିହାସ