ଆପଣଙ୍କ ନାଁରେ ଅର୍ଡର ଆସିଛି, ଡାକ୍ତରଙ୍କୁ ଆସିଲା ଫୋନକଲ୍...ତା ପରେ ଆକାଉଣ୍ଟ ସଫା

NEWS7
heavy-rain-lashes-koraput-communication-was-disrupted

ରାୟଗଡା ୧୯/୧୨: ଆପଣଙ୍କ ନାଁରେ ଅର୍ଡର ଆସିଛି । ଆଧାର କାର୍ଡ ଲିଙ୍କ୍ ହେଲା । ଲିଙ୍କ୍ ହେଲା ପରେ ଜଣାପଡିଲା ଯେ, ନାଁରେ ଆସିଛି ସନ୍ଦେହଜନକ ବ୍ୟାଗ୍ । ଆଉ ବ୍ୟାଗ ସହ ସଂଗୀନ ଅଭିଯୋଗ ବି ଥିବା ଜଣାପଡିଲା । ସଂଗେ ସଂଗେ ମାମଲା ପୋଲିସକୁ ଟ୍ରାନ୍ସଫର ବି ହେଲା । ହେଲେ ସେ ପୋଲିସ ଅସଲି ନଥିଲେ ବରଂ ଥିଲେ ନକଲି ।

ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଧମକ ବି ମିଳିଲା । ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦିଆଗଲା । ଯଦି ଏଥିରେ ସହଯୋଗ ନ କରନ୍ତି ଅସୁବିଧାର ସମ୍ମୁଖିନ ହେବେ ବୋଲି କୁହାଗଲାା । ଏମିତି ଦୁଇ ଦିନର ଅନେକ ତାମ୍ଝାମ ସର୍ବସ୍ୱ ହରାଇଲେ ମହିଳା ଡାକ୍ତର । ମାନେ ସାଇବର ଠକାମୀର ଶିକାର ହୋଇ ମହିଳା ଡାକ୍ତରଙ୍କ ଆକାଉଣ୍ଟରରୁ ଗାୟବ ହେଲା ୧୨ ଲକ୍ଷରୁ ଅଧିକ ଟଙ୍କା । ଏମିତି ଠକାମୀର ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି ରାୟଗଡାର ମହିଳା ଡାକ୍ତର ମମତା ଚୌଧୁରୀ ।

ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୋଲିସ ଓ ପୋଲିସର ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ମାମଲା ରୁଜୁ ହୋଇନଥିବା କହିଛନ୍ତି । ତେବେ ଏନେଇ ଡାକ୍ତର ମମତା ଚୌଧୁରୀ ଗଣମାଧ୍ୟମ ଆଗରେ କୈଣସି ପ୍ରତିକ୍ରିୟା ରଖିନାହାନ୍ତି।