LIVE TV

ଟି-୨୦ ବିଶ୍ବକପ୍ ୨୦୨୬: କାର୍ଯ୍ୟସୂଚୀ ଜାରି କଲା ଆଇସିସି, ଏହି ଦିନ ଭାରତ-ପାକିସ୍ତାନ ମୁକାବିଲା

NEWS7
heavy-rain-fall-possible-in-odisha-10-june-to-14-june

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି । ଫେବୃଆରୀ ୭ରୁ ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି । ତେବେ ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟ ହାଇଭୋଲଟେଜ୍ ମ୍ୟାଚ୍ ହେବ । ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ। ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଥିବା ବେଳେ ଟିମ୍ ଇଣ୍ଡିଆ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଭାରତୀୟ ଦଳ ଏହାର ଗ୍ରୁପରୁ ଚାରୋଟି ଦଳ ସହିତ ମୁକାବିଲା କରିବ। ଆମେରିକା ଏବଂ ପାକିସ୍ତାନ ବ୍ୟତୀତ, ଟିମ୍ ଇଣ୍ଡିଆ ନେଦରଲାଣ୍ଡ ଏବଂ ନାମିବ୍ୟା ସହିତ ମଧ୍ୟ ମୁକାବିଲା କରିବ।

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତର କାର୍ଯ୍ୟସୂଚୀ

ଭାରତ ବନାମ ଆମେରିକା, ଫେବୃଆରୀ ୭, ମୁମ୍ବାଇ

ଭାରତ ବନାମ ନାମିବ୍ୟା, ଫେବୃଆରୀ ୧୨, ଦିଲ୍ଲୀ

ଭାରତ ବନାମ ପାକିସ୍ତାନ, ଫେବୃଆରୀ ୧୫, କଲମ୍ବୋ

ଭାରତ ବନାମ ନେଦରଲାଣ୍ଡ, ଫେବୃଆରୀ ୧୮, ଅହମ୍ମଦାବାଦ