LIVE TV

ମୁମ୍ବାଇ ଆକ୍ରମଣର ପୀଡିତଙ୍କୁ ମିଳିଛି କି ନ୍ୟାୟ? ସେଇ କଳାରାତିରେ ଦୋହଲି ଯାଇଥିଲା ମାୟାନଗରୀ

NEWS7
heatwave-to-continue-till-13th-may-in-odisha

ମୁମ୍ୱାଇ ୨୬/୧୧: ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ଏହା ହେଉଛି ସେହି କଳାଦିନ, ଯେଉଁଦିନ ଥରି ଉଠିଥିଲା ମାୟା ନଗରୀ। ପାକିସ୍ତାନର ଲଶ୍କର-ଏ-ତୈବାର ୧୦ ଆତଙ୍କବାଦୀ ମୁମ୍ବାଇ ଉପରେ କରିଥିଲେ ଆକ୍ରମଣ । ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ । ଏହି ଆକ୍ରମଣରେ ୧୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ମୁମ୍ବାଇକୁ ଥରାଇ ଦେଇଥିବା ଏହି ଆକ୍ରମଣକୁ ବୁଧବାର ୧୭ ବର୍ଷ ପୂରଣ ହୋଇଛି । କିନ୍ତୁ ଏହାର ସ୍ମୃତି ଏବେବି ସତେଜ । ଏହାର ଫଟୋ ଦେଖିଲେ ଆଜି ମଧ୍ୟ ଲୋମ ଟାଙ୍କୁରି ଉଠେ । ୪ ଦିନ ଧରି ଚାଲିଥିବା ଏହି ଅପରେସନରେ ଭାରତୀୟ ସୁରକ୍ଷା ବାହିନୀ ୯ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ଆମୀର ଅଜମଲ କସାବଙ୍କୁ ଜୀବନ୍ତ କାବୁ କରାଯାଇଥିଲା । ୨୦୧୨ରେ ତାକୁ ଫାଶୀ ଦିଆଯାଇଥିଲା ।

​​​​​​​

୨୦୦୮ ମସିହା ନଭେମ୍ବର ୨୯ ତାରିଖରେ ମୁମ୍ବାଇର ତାଜ୍ ହୋଟେଲରେ ଗୁଳି ବିନିମୟ ସମୟରେ ଭାରତୀୟ ସେନାର ଯବାନମାନେ ପୋଜିସନ୍ ନେଇଥିବା ସମୟର ଏହି ଦୃଶ୍ୟ । ଯେତେବେଳେ ଆତଙ୍କବାଦୀ ଆକ୍ରମଣ କରିଥିଲେ, ସେତେବେଳେ ତାଜ୍ ହୋଟେଲରେ ପ୍ରାୟ ୪୫୦ ଅତିଥି ଥିଲେ । ଏଠାରେ ୪ ଦିନ ଧରି ଅପରେସନ୍ ଜାରି ରହିଥିଲା। ୨୬/୧୧ ଆକ୍ରମଣରେ ମୁମ୍ବାଇର ତାଜ୍ ହୋଟେଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଏହି ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣ ପରେ ତାଜ୍ ହୋଟେଲରରୁ ବାହାରୁଥିବା ଧୂଆଁ ମୁମ୍ବାଇ ଆତଙ୍କୀ ହମ୍ଲାର ପରିଚୟ ପାଲଟିଥିଲା। ନଭେମ୍ବର ୨୮, ୨୦୦୮ରେ ମୁମ୍ବାଇର ନରିମନ ହାଉସର ଚତୁର୍ଥ ମହଲାରେ ବିସ୍ଫୋରଣ ପରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଝରକା ଆଡ଼କୁ ଲକ୍ଷ୍ୟ ରଖିଥିବାର ନଜର ଆସିଛନ୍ତି।