ଭାରତରେ ନିମୁସ୍ଲାଇଡ ଔଷଧ ଉପରେ ଲାଗିଲା ଅଙ୍କୁଶ, ଜାଣନ୍ତୁ କେତେ ମାତ୍ରା ପରେ ବିକ୍ରି ଓ ଖାଇବା ମନା?

NEWS7
heat-wave-in-odisha-bolangir-above-45-degree

ନୂଆଦିଲ୍ଲୀ ୩୧।୧୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯନ୍ତ୍ରଣା ଓ ଜ୍ୱରର ସବୁ ମୌଖିକ ଔଷଧ ନିର୍ମାଣ, ବିକ୍ରି ଓ ବିତରଣ ଉପରେ ତତ୍କାଳ ପ୍ରଭାବ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ୧୦୦ ମିଲଗ୍ରାମ (ଏମଜି)ରୁ ଅଧକ ମାତ୍ରାର ନିମୁସ୍ଲାଇଡ ଟାବଲେଟ ଓ ସିରପକୁ ଦେଶରେ ନିଷିଦ୍ଧ କରି ଦିଆଯାଇଛି। ବୈଷୟିକ ଔଷଧ ପରାମର୍ଶ ବୋର୍ଡଙ୍କ ପରାମର୍ଶ ଅନୁସାରେ ଔଷଧ ଓ ସୌନ୍ଧର୍ଯ୍ୟ ପ୍ରସାଧାନ ଅଧିନିୟମ ୧୯୪୦ର ଧାରା ୨୬ଏ ଅନୁସାରେ ଦେଶରେ ଏହି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଜାରି ହୋଇଛି।

ଏହା ଛଡା ସ୍ୱାସ୍ଥ୍ୟ ବିଭାଗ ଏକ ଡ୍ରାଫ୍ଟ ଅଧିସୂଚନା ମଧ୍ୟ ଜାରି କରିଛନ୍ତି। ଏଥିରେ କାସ ଔଷଧକୁ ବିନା ପ୍ରେସ୍କ୍ରିପସନରେ ମିଳୁଥିବା ଔଷଧ ସୂଚୀକୁ ବାହାର କରାଯାଇଥିବା ବେଳେ କାସ ପାଇଁ ସିରପ ଔଷଧକୁ ଅନୁସୂଚୀ Kରୁ କାଢି ଦିଆଯାଇଛି। ଏହା ସେହି ଔଷଧ ତାଲିକା ଯେଉଁଥି ପାଇଁ ଏପର୍ଯ୍ୟନ୍ତ ପଞ୍ଜିକୃତ ଡାକ୍ତରଙ୍କ ପ୍ରେସ୍କ୍ରିପସନର ଆବଶ୍ୟକତା ପଡୁ ନଥିଲା। ତେବେ କାଶ ପାଇଁ ବଟିକା, ଲଜେନ୍ସ ଅଥବା ଚକଲେଟ୍ ଏହି ସୂଚୀରେ ରହିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଅଧିସୂଚନାରେ କୁହାଯାଇଛି ଯେ ୧୦୦ ମିଲିଗ୍ରାମରୁ ଅଧିକ ନିମୁସ୍ଲାଇଡ ଯୁକ୍ତ ସବୁ ଔଷଧର ଉପଯୋଗ ମାନବ ଲାଗି କ୍ଷତିକାରକ ହୋଇପାରେ। ତେବେ ଏହାର ସୁରକ୍ଷିତ ବିକଳ୍ପ ଉପଲବ୍ଧ ଅଛି।

ନିମୁସ୍ଲାଇଡ ଏକ ଅଣ ଷ୍ଟେରୟେଡ ଔଷଧ ଅଟେ। ତେବେ ସମ୍ଭାବିତ ଯକୃତ ବିଷାକ୍ତତା ଓ ଅନ୍ୟ ଜଟିଳତା କାରଣରୁ ସାରା ବିଶ୍ୱରେ ଯାଞ୍ଚର ସମ୍ମୁଖୀନ ହୋଇଛି। ଏହା ଉପରେ କଟକଣା ଲଗାଇବାର ନିଷ୍ପତ୍ତି ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି କରିବା ଓ ହାଇରିସ୍କ ଔଷଧଙ୍କୁ ବନ୍ଦ କରିବାର ପ୍ରାୟାସ ଅନୁରୂପ। ନିମୁସ୍ଲାଇଡ ବିକ୍ରି କରୁଥିବା ଔଷଧ ଉତ୍ପାଦନକାରୀଙ୍କୁ ତୁରନ୍ତ ଉତ୍ପାଦନ ରୋକିବା ଓ ପ୍ରଭାବିତ ବ୍ୟାଚ୍ କୁ ଫେରସ୍ତ ମଗାଇଆଣିବାକୁ ପରାମର୍ଶ ଦିଆଯାଇଛି।

ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହି ପଦକ୍ଷେପ ଯୋଗୁ ଦେଶର ବଡ଼ ଔଷଧ କମ୍ପାନୀଙ୍କୁ ସେମିତି କିଛି ପ୍ରଭାବ ପଡିବ ନାହିଁ। କାରଣ ନିମୁସ୍ଲାଇଡ ମୋଟ ଏନଏସଆଇଡି ବିକ୍ରିର ଏକ ଛୋଟ ଅଂଶ। ତେବେ ଏହି ଔଷଧ ଉପରେ ନିର୍ଭର ରହୁଥିବା ଛୋଟ ଔଷଧ କମ୍ପାନୀଙ୍କୁ ରାଜସ୍ୱ ସମ୍ପର୍କିତ ଚାପର ସମ୍ମୁଖୀନ ହେବାକୁ ପଡିପାରେ।