ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ, ଚଢାଉ ବେଳେ ଅବକାରୀ ବିଭାଗ ତାଟକା

NEWS7
health-officer-suspended-on-vaccination-of-minister-in-his-house

ଆଠଗଡ ୦୭/୦୧: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଆପଣଙ୍କୁ ହୁଏତ କଥାଟି ଅଡୁଆ ଲାଗିପାରେ । କିନ୍ତୁ ଘଟିଛି ଏପରି । ଆଠଗଡ ଖୁଣ୍ଟୁଣିରେ ଏମିତି ଘଟିଛି ଘଟଣା । ଯାହାକୁ ଦେଖି ନିଜେ ଅବକାରୀ ବିଭାଗ ବି ଆବାକାବା । କାରଣ ବିଭାଗର ଚଢାଉ ମିଳିଛି ବଡ଼ ସଫଳତା । ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

ସୂଚନା ଥାଉକି, ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଗଢ଼ି ଉଠିଛି ଦେଶୀ ମଦର କୁଟୀର ଶିଳ୍ପ । କଟକ,ଆଠଗଡ, ବାଙ୍କୀ, ନରସିଂହପୁର ଅବକାରୀ ବିଭାଗ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ାଉ ଚାଲିଛି । କାରଣ ସଂରକ୍ଷିତ ଜଙ୍ଗଲ ଏବେ ଦେଶୀ ମଦର ଗନ୍ତାଘର ପାଲଟିଛି । ଯେତେ ଖୋଜିଲେ ସେତେ ବାହାରୁଛି ଚୋରା ଦେଶୀ ମଦ ସହ ପୋଚ।

ଏହି ପରିପ୍ରେକ୍ଷୀରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଆ ,ଖଣ୍ଡୁଆଳି, ବାଉଁଶ ଟାଙ୍ଗର,କଁସର ଗ୍ରାମରେ ଚଢ଼ାଉ କରିଥିଲେ ଟିମ୍ । ଚୋରା ଦେଶୀ ମଦ ରନ୍ଧା ପ୍ରସ୍ତୁତ ପାଇଁ ରହୁଥିବା ୧୬୫୨୦ ଲିଟର ପୋଚ ସହିତ ୨୨୦୫ ଲିଟର ଦେଶୀ ମଦକୁ ଜବତ୍ କରି ଘଟଣା ସ୍ଥଳରେ ନଷ୍ଟ କରିଛି ଅବକାରୀ ବିଭାଗ । ତେବେ ଏହି ସବୁ ମଦକୁ ମାଟି ତଳେ ସାଇତି ରଖାଯାଇଥିଲା ।

ଯାହାକୁ ନଷ୍ଟ କରିଛି ଅବକାରୀ ବିଭାଗ । ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ଚଢାଉ ସତ୍ତ୍ୱେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବାରମ୍ୱାର ବିଫଳ ହେଉଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନଙ୍କ ସମେତ ୬ ଉର୍ଦ୍ଧ ଅଧିକାରୀ ସାମିଲ ଥିଲେ ।