LIVE TV

ଘର ଘର ବୁଲି କରାଯାଉଛି ସ୍ବାସ୍ଥ୍ୟ ପରୀକ୍ଷା: ୩,୭୧,୩୨୨ ଜଣରୁ ଚିହ୍ନଟ ହେଲେ ୬୫ ଜଣ କରୋନା ପଜିଟିଭ୍‌

NEWS7

ବ୍ରହ୍ମପୁର୩/୭: କରୋନା ମୁକାବିଲା ନେଇ ବ୍ରହ୍ମପୁରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୭୦ଟି ଟିମ୍‌ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏଯାବତ୍ ୩,୭୧,୩୨୨ ଜଣଙ୍କ ସ୍କ୍ରିନିଂ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୧୭ ଜଣଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇଥିଲା।

{"id":295959,"width":547,"height":795,"sizeSlug":"large"}

ଏମାନଙ୍କ ମଧ୍ୟରୁ ୬୫ ଜଣ କରୋନା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା  ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟରେ ସାମିଲ ଥିବା ସମସ୍ତ ମେଡିକାଲ କର୍ମଚାରୀଙ୍କୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।