ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ୍ : ଲାଗିଗଲା ନିଆଁ, ଜଳିଗଲେ ଡ୍ରାଇଭର

NEWS7
health-benefits-of-dragon-fruit

ବଣାଇ ୨୭।୧୨: ଚୁନାଘାଟିରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୫୨୦ର ଡେଥ୍ ଜୋନ୍ ପାଲଟିଥିବା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଟ୍ରକ୍‌ର ଡ୍ରାଇଭର ପ୍ରାଣ ହରାଇଛନ୍ତି । ଶୁକ୍ରବାର ମଧ୍ୟରାତ୍ରିରେ କୁନ୍ଦୁରୁବୁର ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଟ୍ରକ୍ ଦୁଇଟିରେ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣା ସମ୍ପର୍କରେ କେ.ବଲାଙ୍ଗ ପୋଲିସ ଖବର ପାଇ ଉଦ୍ଧାର କାର୍ଯ୍ୟ ପାଇଁ କୋଇଡା ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିବା ସହ ଦୁଇ ଟ୍ରକ୍‌ର ଡ୍ରାଇଭରଙ୍କୁ କଟର୍ ସାହାଯ୍ୟରେ କାଟି ଉଦ୍ଧାର କରିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।