LIVE TV

ଅଭିଶପ୍ତ ଦକ୍ଷିଣ ଆଫ୍ରିକା : ଆଇସିସି ଇଭେଣ୍ଟରେ ଫେଲ୍ ପୁରୁଷ-ମହିଳା ଟିମ୍

NEWS7
hcil-will-close-noida-facility-said-sources

ମୁମ୍ବାଇ,  ୩ |୧୧ : ଆଇସିସି ଇଭେଣ୍ଟରେ ବାରମ୍ବାର ବିଫଳ ହେଉଛି ଦକ୍ଷିଣ ଆଫ୍ରିକା । ବିଜୟର ନିକଟତର ହୋଇ ମଧ୍ୟ ଜିତିପାରୁନି ଟାଇଟଲ୍ । ଅର୍ଥାତ ଦୁର୍ଭାଗ୍ୟ ଏହି ଆଫ୍ରିକୀୟ ଟିମର ପିଛା ଛାଡୁନି । ନିକଟରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ହାତେଇଥିଲା ଟିମ୍ । କିନ୍ତୁ ଏହା ପରେ ପୁଣି ହାତରୁ ଖସିଛି ମହିଳା ବିଶ୍ବକପ୍ । ଫାଇନାଲରେ ଭାରତଠୁ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି । ହେଲେ ଏହା ପ୍ରଥମ ଘଟଣା ନୁହେଁ, ଉଭୟ ପୁରୁଷ ଏବଂ ମହିଳା ଟିମ୍ ବାରମ୍ବାର ବଡ ଇଭେଣ୍ଟରେ ବିଫଳ ହେବାର ଇତିହାସ ଖୁବ୍ ପୁରୁଣା । ତେଣୁ ସେମାନଙ୍କୁ ନେଟିଜେନ୍ସ ଚୋକର୍ କହିଥାନ୍ତି ।

ଅନ୍ୟ ଦିଗରେ ଏହା ଭାରତୀୟ ମହିଳା ଟିମର ପ୍ରଥମ ବିଶ୍ବକପ୍ ବିଜୟ । ପୂର୍ବରୁ ୨୦୦୫ ଏବଂ ୨୦୧୭ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । କିନ୍ତୁ ଏଥର ସବୁ ପ୍ଲେୟାରଙ୍କ ଦମଦାର ପ୍ରଦର୍ଶନରେ ଦଳ ବିଶ୍ବ ବିଜେତା ହୋଇ ପାରିଛି ।

ଅଭିଶପ୍ତ ଦକ୍ଷିଣ ଆଫ୍ରିକା

କ୍ରିକେଟ୍ ଜଗତରେ ଚୋକର୍ସ ଭାବେ ଦକ୍ଷିଣ ଆଫ୍ରିକାର କୁଖ୍ୟାତି ରହିଛି । ଯେତେ ଭଲ ପ୍ରଦର୍ଶନ କରୁଥିଲେ ବି ଫାଇନାଲରେ ପରାସ୍ତ ହେଉଛି ଟିମ୍ । ରବିବାର ଏହା ପୁଣି ପ୍ରମାଣିତ ହୋଇଛି ।

୧୯୯୮ରୁ ଦକ୍ଷିଣ ଆପ୍ରିକା ଉପରେ ସତେ ଯେମିତି ଅଭିଶାପ ପଡିଥିଲା । ଦଳ ଏହି ବର୍ଷ ଚାମ୍ପିଅନ୍ସ ଟ୍ରଫି ହାତେଇବାରେ ସଫଳ ହୋଇଥିଲା । ଏହା ପରେ କିନ୍ତୁ ପ୍ରାୟ ସମସ୍ତ ଆଇସିସି ଇଭେଣ୍ଟରେ ମହିଳା ଟିମ୍ ବିଫଳ ହୋଇଥିଲା । ୨୦୨୩ରେ ଦଳ ଟି୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ସେହିପରି ଗତବର୍ଷ ମଧ୍ୟ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଥିଲା । ୨୦୨୫ ଅଣ୍ଡର ୧୯ ଟି୨୦ ବିଶ୍ବକପ୍ ଫାଇନାଲରେ ମଧ୍ୟ ଟିମ୍ ହାରିଥିଲା । ଏବେ ୨୦୨୫ ବିଶ୍ବକପରେ ପରାସ୍ତ ହେଲା ପରେ ଅଲୋଡା ରେକର୍ଡ ପ୍ରତିଷ୍ଠା କରିଛି ଦକ୍ଷିଣ ଆଫ୍ରିକା ଟିମ୍ ।

କେବଳ ମହିଳା ଟିମ୍ ନୁହେଁ ପୁରୁଷ ଟିମ୍ ମଧ୍ୟ ସମାନ ସ୍ଥିତିରେ ରହିଛି । ଟିମ୍ ୨୦୨୪ ଟି୨୦ ବିଶ୍ବକପ୍ ଫାଇନାଲରେ ଭାରତଠୁ ମାତ୍ ଖାଇଥିଲା । କିନ୍ତୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଜିତି କିଛି ମାତ୍ରାରେ କ୍ଷତିକୁ ଲାଘବ କରିଥିଲା ଦଳ । ଏବେ କିନ୍ତୁ ପୁଣି ଥରେ ଟିମ୍ ବିଫଳତାର ଧାରାକୁ ଫେରିଛି । ଯାହା ସେଠାକାର କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି ।