LIVE TV

ବିମାନରେ ଭାରତୀୟ ଯୁବକଙ୍କ ଅଦ୍ଭୁତକାଣ୍ଡ: ଦୁଇ ଜଣଙ୍କୁ ମେଟାଲ ଫର୍କରେ କଲେ ଆକ୍ରମଣ, ଯୁବତୀଙ୍କୁ ମାରିଲେ ଚାପୁଡ଼ା

NEWS7
hati-sikari-giraf-in-athagarh

ୱାଶିଂଟନ – ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କ ଉପରେ ଉଡ଼ାଣ ବେଳେ ଆକ୍ରମଣ କରିବାର ଅଭିଯୋଗ ହୋଇଛି। ଆମେରିକୀୟ ଅଧିକାରୀଙ୍କ ମୁତାବିକ , ୨୮ ବର୍ଷିୟ ଏହି ବ୍ୟକ୍ତି ଚିକାଗୋରୁ ଜର୍ମାନୀ ଯିବାକୁ ଉଡ଼ାଣରେ ଦୁଇ ଜଣ କିଶୋର ଯାତ୍ରୀଙ୍କୁ ମେଟାଲ ଫର୍କରେ ଆକ୍ରମଣ କରିଥିଲେ। ଏହା ବ୍ୟତୀତ ସେ ଅନ୍ୟ ଜଣେ ମହିଳା ଯାତ୍ରୀଙ୍କୁ ଚାପୁଡ଼ା ମାରିଥିଲେ। ସୂଚନା ମୁତାବିକ, ଏହି ଆକ୍ରମଣ ୨୫ ଅକ୍ଟୋବରରେ ଲୁଫତାନ୍ସାର ଫ୍ଲାଇଟ୍‌ରେ ହୋଇଛି। ପରେ ଉଡ଼ାଣକୁ ବୋଷ୍ଟନ ଲୋଗନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପକ୍ଷରୁ ମୋଡି ଦିଆ ଗଲା। ମାସାଚୁସେଟ୍ସର ଆମେରିକୀୟ ଅଟର୍ଣ୍ଣି ଅଫିସ ସୋମବାର ଏହି ସୂଚନା ଦେଇଛି।

ଚାର୍ଜସିଟ୍‌ ମୁତାବିକ, ଭାରତୀୟ ନାଗରିକଙ୍କ ନାଁ ପ୍ରଣୀତ କୁମାର ଉସିରିପଲ୍ଲି। ପ୍ରଣୀତ ୧୭ ବର୍ଷିୟ ଜଣେ କିଶୋରଙ୍କ କାନ୍ଧ ଓ ଆଉ ଜଣେ ୧୭ ବର୍ଷିୟ କିଶୋର ଯାତ୍ରୀଙ୍କ ମୁଣ୍ଡର ପଛ ଭାଗରେ ମେଟାଲ ଫର୍କରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣଙ୍କୁ ଆଘାତ ଲାଗିଛି। ଅଟାର୍ଣ୍ଣି ଅଫିସ କହିଛିଯେ, ଯେତେବେଳେ ଫ୍ଲାଇଟ୍‌ରେ ଥିବା କ୍ରୁ ସଦସ୍ୟ ପ୍ରଣୀତଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ତ ସେ ହାତରେ ବନ୍ଧୁକର ସିମ୍ୱଲ କରି ତାକୁ ନିଜ ମୁହଁରେ ରଖି ଥିଲେ ଏବଂ ଗୁଳି କରିବାର ଅଭିନୟ କରିଥିଲେ।

କୁହାଯାଏ କି ପ୍ରଣୀତ ଏତିକିରେ ରୋକି ନଥିଲା। ଏହାପରେ ସେ ଜଣେ ମହିଳା ଯାତ୍ରୀଙ୍କ ଆଡ଼କୁ ଅନେଇ ଥିଲେ , ଆଉ ଚାପୁଡ଼ା ମାରି ଥିଲେ। ଏବେ ତାଙ୍କ ଉପରେ ବିପଜ୍ଜନକ ଅସ୍ତ୍ରରେ ହମଲା କରି କ୍ଷତି କରିବାର ଅଭିଯୋଗ ଲାଗିଛି। ତାଙ୍କୁ ୨୫ ଅକ୍ଟୋବରରେ ଗିରଫ କରାଯାଇ ଥିଲା। ଆଶା ଯେ, ଶୀଘ୍ର ପ୍ରଣୀତଙ୍କୁ ବୋଷ୍ଟନର ସଂଘୀୟ କୋର୍ଟରେ ହାଜର କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ ବର୍ଷ ଦେଲ୍‌ ଦଣ୍ଡ , ତିନି ବର୍ଷ ଯାଏ ସୁପରଭାଇଜଡ୍‌ ରିଲିଜ ( ତଦାରଖରେ ମୁକ୍ତି)ଓ ୨,୫୦,୦୦୦ ଡଲାର ଯାଏ ଜୋରିମନା ହୋଇପାରେ।