ଟି-୨୦ ବିଶ୍ୱକପ୍ ଖେଳାଳିଙ୍କ ଉପରେ ଖସିଲା ଦୁଃଖର ପାହାଡ, ଚାଲିଗଲେ ଟିମ୍ ଇଣ୍ଡିଆ ତାରକାଙ୍କ ବାପା

NEWS7
haseen-dillrubas-teaser-went-viral-as-soon-as-it-was-released-a-bloody-tale-of-passionate-love

ନୂଆଦିଲ୍ଲୀ ୨୭/୦୨: ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ବଡ଼ ଦୁଃଖଦ ପାହାଡ । ଆଉ ନାହାନ୍ତି ରିଙ୍କୁଙ୍କ ପିତା ଖଚେନ୍ଦ୍ର ସିଂହ । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଙ୍କୁ ସିଂହଙ୍କ ପିତା ଖାଚେନ୍ଦ୍ର ସିଂହ ଷ୍ଟେଜ ୪ ଯକୃତ କର୍କଟରେ ପୀଡ଼ିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ଖରାପ ହୋଇଥିଲା, ଯାହା ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ, ରିଙ୍କୁ ସିଂହଙ୍କୁ ହଠାତ୍ ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିବାକୁ ପଡିଥିଲା । ଆଜି ରିଙ୍କୁଙ୍କ ବାପାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ମେକାନିକାଲ୍ ଭେଣ୍ଟିଲେଟର ସପୋର୍ଟରେ ଥିଲେ ଏବଂ ତାଙ୍କୁ ରିନଲ ରିପ୍ଲେସମେଣ୍ଟ ଥେରାପି ଦିଆଯାଉଥିଲା ।