ଆଜି ବଜେଟ୍ : ସିନ୍ଦୂକ ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା, ନାଲି 'ବହିଖାତା' ଉପରେ ଦେଶବାସୀଙ୍କ ନଜର

NEWS7
haseen-dillrubas-teaser-went-viral-as-soon-as-it-was-released-a-bloody-tale-of-passionate-love

କୋଲକାତା, ୦୧|:ଆଉ କିଛି ସମୟର ଅପେକ୍ଷା । ଆସିବ ବଜେଟ୍ ୨୦୨୬ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସିନ୍ଦୁକ ଖୋଲିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ରବିବାରରେ ଏହାକୁ ସଂସଦରେ ରଖିବେ ଅର୍ଥମନ୍ତ୍ରୀ । ରବିବାର ଭଳି ଛୁଟି ଦିନରେ ସଂସଦ ଅଧିବେଶନରେ ଦେଶର ବଜେଟ୍ ଆଗତ ହେବା ବିରଳ ଘଟଣା । ତେବେ ନିର୍ମଳା ଦେଶବାସୀଙ୍କୁ କଣ ଉପହାର ଦେବେ ତାହା କିଛି ସମୟରେ ଜଣାପଡିବ ।

ଭାରତର ସଂସଦୀୟ ପରମ୍ପରାରେ ରବିବାର ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ସରକାରୀ ସୂତ୍ରକୁ ନେଇ ହିନ୍ଦୁସ୍ତାନ କରିଥିବା ରିପୋର୍ଟ ଅନୁସାରେ, ବଜେଟର ଦ୍ୱିତୀୟ ଭାଗ ବା ପାର୍ଟ-Bରେ ଅଧିକ ଗୁରୁତ୍ୱ ଦିଆଯାଇଛି । ୨୦୨୬ ବଜେଟ୍ ଭାଷଣ ଗତ ୭୫ ବର୍ଷ ଧରି ଦିଆଯାଉଥିବା ଭାଷଣଠାରୁ ଭିନ୍ନ ହେବ । ବଜେଟ୍ ଭାଷଣର ଦ୍ୱିତୀୟ ଭାଗ ସେଣ୍ଟର ଷ୍ଟେଜରେ ରହିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ନବମ ଥର ପାଇଁ ବଜେଟ୍ ଉସ୍ଥାପନ କରି ରେକର୍ଡ କରିବେ । ନୀତି ସଂସ୍କାର ଓ ଯୋଜନାବଦ୍ଧ ସରକାରୀ ଖର୍ଚ୍ଚ କଣ ରହିବ ତାହା ଉପରେ ସଭିଙ୍କ ନଜର ରହିବ । ଗତ ବର୍ଷଗୁଡ଼ିକରେ ବଜେଟ୍ ଭାଷଣର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଭାଗରେ ସ୍ଥାନ ପାଇଥାଏ, କିନ୍ତୁ ଏହି ବର୍ଷ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ଏସବୁ ଦିଗକୁ ଫୋକସ

ଆୟକର ବ୍ୟବସ୍ଥା ଅନୁଯାୟୀ, ମାନକ ରିହାତି(ଷ୍ଟାଣ୍ଡାର୍ଡ ଡିଡକ୍ସନ) ₹୭୫,୦୦୦ ରୁ ₹୧ ଲକ୍ଷକୁ ବୃଦ୍ଧି କରାଯାଇପାରେ। ଏହା ଦ୍ଵାରା ବେତନଭୋଗୀ ବ୍ୟକ୍ତିମାନଙ୍କର ₹୧୩ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ହେବ। ବର୍ତ୍ତମାନ, ₹୧୨.୭୫ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ରହିଛି। ଲୋକଙ୍କର କିଣିବା କ୍ଷମତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇପାରେ।

ପିଏମ୍-କିଷାନ ଯୋଜନାର ବାର୍ଷିକ ସବସିଡି ୬,୦୦୦ ରୁ ୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଗତ ତିନି ବର୍ଷ ଧରି ଏହି ପରିମାଣ ବୃଦ୍ଧି କରିବା ବିଷୟରେ ଆଲୋଚନା ହେଉଛି। ୨୦୧୯ରେ ଯୋଜନା ଆରମ୍ଭ ହେବା ପରଠାରୁ ଏହି ପରିମାଣ ଅପରିବର୍ତ୍ତିତ ରହିଛି। ୨୦୨୪ ମସିହାରେ, ସଂସଦୀୟ ସ୍ଥାୟୀ କମିଟି ଏହାକୁ ଦୁଇ ଗୁଣ କରି ପ୍ରତିବର୍ଷ ₹୧୨,୦୦୦ କରିବାକୁ ସୁପାରିଶ କରିଥିଲା। ବିହାର ସରକାର ମଧ୍ୟ ନଭେମ୍ବରରେ ଏଥିରେ ୩ ହଜାର ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହା ଦେଶବ୍ୟାପୀ ଲାଗୁ ହୋଇପାରେ।

ରେଳବାଇ ଏବଂ ଅକ୍ଷୟ ଶକ୍ତିକୁ ଗୁରୁତ୍ୱ

ନୂଆ ଟ୍ରେନ୍ ମାଧ୍ୟମରେ ୨୦୩୦ ସୁଦ୍ଧା ରିଜର୍ଭେସନ ୱେଟିଂ ଲିଷ୍ଟ ସମାପ୍ତ କରିବାକୁ ଚାହୁଁଛନ୍ତି ସରକାର। ଏଥିପାଇଁ ୨୦୨୬ ବଜେଟ୍ରେ ୩୦୦ ରୁ ଅଧିକ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ୍ ଘୋଷଣା କରାଯାଇପାରେ।

ଗତ ବଜେଟରେ, ରେଳବାଇ ପାଇଁ ₹୨.୬୫ ଲକ୍ଷ କୋଟି ବ୍ୟୟବରାଦ କରାଯାଇଥିଲା। ଏହା ଏପର୍ଯ୍ୟନ୍ତ ସର୍ବାଧିକ ରେଳ ପାଣ୍ଠି। ଏହି ପରିମାଣ ଏଥର ମଧ୍ୟ ବୃଦ୍ଧି ପାଇବାର ଆଶା କରାଯାଉଛି।

ବଜେଟରେ ୨ କିଲୋୱାଟ (kW) ପର୍ଯ୍ୟନ୍ତ ସୌରଶକ୍ତି ପ୍ରଣାଳୀ ଉପରେ ସବସିଡି ପ୍ରତି କିଲୋୱାଟ ₹୩୦,ହଜାରରୁ ₹୪୦,ହଜାରକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇପାରେ। ବର୍ତ୍ତମାନର ନିୟମ ଅନୁଯାୟୀ, ୨ କିଲୋୱାଟ ସୌରଶକ୍ତି ପ୍ରଣାଳୀ ସ୍ଥାପନ କଲେ ପ୍ରତି କିଲୋୱାଟ ₹୩୦ ହଜାରରୁ ହାରରେ ମୋଟ ₹୬୦ ହଜାର ସବସିଡି ମିଳୁଛି।