India vs South Africa: ଭାରତ ଆଗରେ ୧୮୮ ରନର ଟାର୍ଗେଟ୍ ରଖିଲା ଦକ୍ଷିଣ ଆଫ୍ରିକା, ବୁମ୍ରାଙ୍କ ପାୱାରଫୁଲ୍ ବୋଲିଂ

NEWS7
haryana-sonepat-re-duskarmana-abhijukta-corona-positive

ଅହମଦାବାଦଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛିଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଛି। ଭାରତକୁ ଏହି ମୁକାବିଲା ଜିତିବାକୁ ହେଲେ୧୮୮ ରନ୍ କରିବାକୁ ପଡ଼ିବ। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଗତ ଦୁଇ ମାସ ମଧ୍ୟରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମୁକାବିଲା ହେଉଛି। କିନ୍ତୁ ଏହି ବିଶ୍ୱକପରେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୪୫ ଓ ଟ୍ରିଷ୍ଟାନ ଷ୍ଟବ୍ସ ୪୪ ରନ୍ କରିଥିଲେ।ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଦୁଇଟି ଓ ଶିବମ ଦୁବେ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।