ajit pawar plane crash: ଅଜିତ ପାୱାରଙ୍କ ବିୟୋଗ ପରେ ଦଳରେ କ୍ଷମତା ଲଢ଼େଇ ଆରମ୍ଭ:ସୁନେତ୍ରା ହେବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ!

NEWS7
harrassed-husband-burnt-suparnakha-effigy-instead-of-ravana-on-dussehra

ମୁମ୍ବାଇ: ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କର ବିୟୋଗ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଏନସିପିରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଯାଇଛି। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବାକୁ ଏନସିପି ପ୍ରସ୍ତୁତି ହେଉଥିବା ଖବର ସାମ୍ନାକୁ ଆସିଛି।

ଏନେଇ ବରିଷ୍ଠ ଏନସିପି ନେତା ଏବଂ ମହାରାଷ୍ଟ୍ର ଏଫଡିଏ ମନ୍ତ୍ରୀ ନରହରି ଜିରୱାଲ ଗୁରୁବାର ସମ୍ବାଦ ସରବରାହ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଜନସାଧାରଣ ଚାହାଁନ୍ତି ଯେ ସୁନେତ୍ରା ପାୱାରଙ୍କୁ ରାଜ୍ୟ ମନ୍ତ୍ରଣାଳୟରେ ଅଣାଯାଉ। ତେଣୁ ଦଳ ହୁଏତ ତାଙ୍କ ନାଁ ସୁପରିଶ କରିପାରେ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏଥିପାଇଁ ଦଳର ଆଭ୍ୟନ୍ତରୀଣ ବୈଠକ ହୋଇ ସାରିଛି। ବରିଷ୍ଠ ଏନସିପି ନେତା ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଏବଂ ସୁନୀଲ ତତକରେ ସୁନେତ୍ରା ପାୱାରଙ୍କୁ ଭେଟି ଘଟଣା ବିଷୟରେ ଆଲୋଚନା କରିଥିବା ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ଅଜିତଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ଆସନରୁ ତାଙ୍କ ପତ୍ନୀ ସୁନେତ୍ରା ପାୱାର ଉପନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି।

ଏନେଇ ଏନ୍ସିପି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସହିତ ଆଲୋଚନା କରିପାରେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ସାମିଲ୍ କରିବାକୁ ଦଳ ଫଡ଼ନାଭିସକୁ ପ୍ରସ୍ତାବ ଦେଇପାରେ। ତା’ ସହିତ ଦଳର ଭବିଷ୍ୟତ ନେଇ ମଧ୍ୟ ଆଲୋଚନା ହୋଇପାରେ।

ବର୍ତ୍ତମାନ ଅଜିତ ପାୱାରଙ୍କ ବିୟୋଗ ପରେ ଏନ୍ସିପି ନେତୃତ୍ୱହୀନ ହୋଇଯାଇଛି। ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଏନ୍ସିପିର ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ଦଳର ନେତୃତ୍ୱ ନେବେ। ପରମୁହୂର୍ତ୍ତରେ ଏନ୍ସିପି ଦଳ ଶରଦ ପାୱାରଙ୍କ ଏନ୍ସିପିରେ ସାମିଲ୍ ହୋଇପାରେ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ମହାରାଷ୍ଟ୍ର ପୌର ନିର୍ବାଚନ ପୂର୍ବରୁ ଅଜିତ ପାୱାର ଏନ୍ସିପିକୁ ଶରଦ ପାୱାରଙ୍କ ଏନ୍ସିପି(ଏସ୍ପି) ସହ ମିଶ୍ରଣ କରିବାକୁ ଆଲୋଚନା ଜାରି ରଖିଥିଲେ। ଏବେ ତାଙ୍କ ବିୟୋଗ ପରେ ଦଳ ମିଶ୍ରଣ ହୋଇପାରେ। ଏନେଇ ପ୍ରଶ୍ନ କରିବାରୁ ଜରିୱାଲ କହିଛନ୍ତି, "ଦୁଇ ଗ୍ରୁପ ପୂର୍ବରୁ ଏକାଠି ଅଛନ୍ତି। ସମସ୍ତେ ବୁଝିସାରିଛନ୍ତି ଯେ ବିକ୍ଷିପ୍ତ ହୋଇ ରହିବାର କୌଣସି ଅର୍ଥ ନାହିଁ ଏବଂ ସେମାନଙ୍କୁ ଏକାଠି ରହିବାକୁ ପଡିବ।" ତେବେ ବର୍ତ୍ତମାନର ଏନସିପି ଭବିଷ୍ୟତ କଣ ହେବ ସେ ନେଇ ଜରିୱାଲ କହିଛନ୍ତି ସୁନେତ୍ରା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି।

ଅଜିତ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଜେପି ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହିତ ରାଜ୍ୟରେ ଶାସକ ମହାୟୁତି ମେଣ୍ଟର ଏକ ଅଂଶ ରହିଛି। ଏବଂ ଅଜିତଙ୍କ ପତ୍ନୀ ସୁନେତ୍ରା ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି।