ସାନ ଭଉଣୀର ବିଦାୟୀରେ ଇମୋସନାଲ ହେଲେ କ୍ରିତି ସାନନ, କହିଲେ- ତୁମ ବିନା ଘର ଖାଲି...

NEWS7
hanuman-bahuk-patha-effect-and-bidhi

ମୁମ୍ଵାଇ ୧୫।୦୧; ୫ ବର୍ଷ ଡେଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ନୁପୁର ସାନନ୍ ଏବଂ ଷ୍ଟେବିନ୍ ବେନ୍ । ଏବେ ଦୁହେଁ ଅଫିସିଆଲି ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ସେମାନଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ଜାନୁଆରୀ ୧୧ ତାରିଖରେ, ଏହି ଦମ୍ପତି ଉଦୟପୁରରେ ଏକ ଭବ୍ୟ ବିବାହ କରିଥିଲେ। ଯେଉଁଥିରେ କିଛି ନିକଟତମ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ।

ବିବାହର ଦୁଇ ଦିନ ପରେ, ନୁପୁର ଏବଂ ଷ୍ଟେବିନ୍ ମୁମ୍ବାଇରେ ଏକ ରିସେପ୍ସନର ଆୟୋଜନ କରିଥିଲେ। ବଲିଉଡ୍ ଏବଂ ଟିଭିର ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଏହି ରିସେପ୍ସନରେ ଯୋଗ ଦେଇଥିଲେ। କ୍ରିତି ବିବାହ ଏବଂ ରିସେପ୍ସନ ଉଭୟରେ ବଡ଼ ଭଉଣୀର ଭୂମିକାରେ ଦାୟିତ୍ଵ ତୁଲାଇଥିଲେ।

ବିବାହ ଉତ୍ସବ ସମୟରେ କ୍ରିତି ତାଙ୍କ ସାନ ଭଉଣୀଙ୍କ ଯତ୍ନ ନେଉଥିବାର ଦେଖାଯାଇଥିଲା। ନୁପୁରଙ୍କ ବିଦାୟୀ ପରେ, ସେ ସୋସିଆଲ ମିଡିଆରେ ବିବାହର ଅନେକ ଅନସିନ୍ ଫଟୋ ସେୟାର କରିଥିଲେ । ଏହା ସହ ସେ ତାଙ୍କ ଭଉଣୀଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ଲେଖିଥିଲେ।

କ୍ରିତି ଲେଖିଛନ୍ତି ଯେ ମୋର ଭାବନାକୁ ପ୍ରକାଶ କରିବା ପାଇଁ ଶବ୍ଦ ଯଥେଷ୍ଟ ନୁହେଁ। ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହିଁ ଯେ ମୋ କୁନି ଭଉଣୀ ବାହା ହୋଇଗଲା। ମୁଁ ୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ତୁମକୁ ମୋ କୋଳରେ ଧରିଥିଲି। ଆଉ ଏବେ ତୁମର ଚାଦର ଧରିବା ଠାରୁ ବଧୂ ଭାବରେ ଦେଖିବା ପର୍ଯ୍ୟନ୍ତ, ମୋର ହୃଦୟ ତୁମ ପାଇଁ ଆନନ୍ଦ ଏବଂ ପ୍ରେମରେ ପୂର୍ଣ୍ଣ ହୋଇଛି।

ସେ ଆହୁରି ଲେଖିଛନ୍ତି ଯେ ତୁମକୁ ଏତେ ଖୁସି, ଏତେ ପ୍ରେମରେ ଏବଂ ତୁମ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ ଆରମ୍ଭ କରୁଥିବା ଦେଖି ମୋର ବହୁତ ଖୁସି ହୋଇଯାଇଛି। ଆମେ ଚାହୁଁଥିଲୁ ଯେମିତି ତୁମେ ସେମିତି ସର୍ବୋତ୍ତମ ଜୀବନସାଥୀ ପାଇଛ।

ପରିବାରରେ ଷ୍ଟେବିନ୍ଙ୍କୁ ସ୍ୱାଗତ କରି କ୍ରିତି ଲେଖିଛନ୍ତି, "ତୁମେ ୫ ବର୍ଷରୁ ଅଧିକ ସମୟ ଧରି ଆମ ପରିବାରର ସଦସ୍ୟ ହୋଇଛ, ଏବଂ ପ୍ରତିବର୍ଷ ଆମର ସମ୍ପର୍କ ଆହୁରି ମଜବୁତ ହୋଇଛି। ଷ୍ଟେବିନ୍କୁ ମୁଁ ତୁମକୁ ବହୁତ ଭଲ ପାଏ, ଏବଂ ମୁଁ ଜାଣେ ମୁଁ ଜଣେ ଭାଇ ଏବଂ ବନ୍ଧୁ ପାଇଛି , ଯିଏ ସବୁବେଳେ ମୋ ସହିତ ରହିବ।"

ତୁମେ ଦୁହିଁ ବିବାହ ମୋ ଜୀବନର ସବୁଠାରୁ ଭାବପ୍ରବଣ ଏବଂ ସୁନ୍ଦର ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ଥିଲା। ସବୁବେଳେ ଖୁସିରେ ରୁହ। ସେ ମୋ ଜୀବନର ଗୋଟିଏ ଅଂଶ ଏବେ ସେ ତୁମର ହୋଇଛି...।" ମୁଁ ତାକୁ କେବେବି ମୋ ପାଖରୁ ଦୂରକୁ ଯିବାକୁ ଦେବି ନାହିଁ, ତେଣୁ ତୁମକୁ ସାନନ୍ ପରିବାରକୁ ସ୍ୱାଗତ।

ତୁମର ହସ ବିନା ଘରଟି ପ୍ରକୃତରେ ଖାଲି ଲାଗୁଛି। କିନ୍ତୁ ମୁଁ ଖୁସି ଯେ ତୁମେ ଏବେ ଦୁଇଟି ଘରେ ଖୁସି ବାଣ୍ଟିବ। ସାନ ଭଉଣୀ ପାଇଁ କ୍ରିତିଙ୍କ ପୋଷ୍ଟ ତାଙ୍କ ପ୍ରଶଂସକମାନଙ୍କ ହୃଦୟକୁ ଛୁଇଁଛି। ପ୍ରଶଂସକମାନେ କ୍ରିତିଙ୍କୁ ସର୍ବୋତ୍ତମ ଭଉଣୀ ବୋଲି ଟ୍ୟାଗ୍ ଦେଇଛନ୍ତି ।

ବଲିଉଡ୍ ସେଲିବ୍ରିଟିମାନେ ତାଙ୍କ ସାନ ଭଉଣୀ ନୁପୁର ସାନନ୍ ଙ୍କ ବିବାହ ପାଇଁ କ୍ରିତି ସାନନ୍ ଙ୍କୁ ଅଭିନନ୍ଦନ ଜଣାଉଛନ୍ତି। କ୍ରିତିଙ୍କ ମୁହଁରେ ଥିବା ଆନନ୍ଦ ଦର୍ଶାଉଛି ଯେ ନୁପୁର ତାଙ୍କ ପ୍ରେମକୁ ବିବାହ କରିଥିବାରୁ ସେ କେତେ ଖୁସି।