ଲହୁ ଲୁହାଣ ବଙ୍ଗୀୟ ପର୍ଯ୍ୟଟକ, ସାଙ୍ଗ ମାନଙ୍କୁ ଉଦ୍ଧାର କରିବାକୁ କରୁଥିଲେ ନିବେଦନ

NEWS7
hanging-mrutadeha-rescued-nilagiri

ପୁରୀ ୧୨।୩: ବିଳମ୍ବିତ ରାତି । ଲହୁ ଲୁହାଣ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଘର ପଶ୍ଚିମବଙ୍ଗ । ମୁଣ୍ଡ ଫାଟି ହେଉଥିଲା ପ୍ରବଳ ରକ୍ତସ୍ରାବ । ସାଙ୍ଗ ମାନଙ୍କୁ ଉଦ୍ଧାର କରିବାକୁ କରୁଥିଲେ ଆକୁଳ ନିବେଦନ । ଏହା ପଛରେ କ’ଣ ଥିଲା ରହସ୍ୟ ? କାହିଁକି ବଙ୍ଗୀୟ ପର୍ଯ୍ୟଟକ ହୋଇଥିଲେ ଲହୁ ଲୁହାଣ ? ସାଙ୍ଗ ମାନଙ୍କୁ ଉଦ୍ଧାର କରିବାକୁ କାହିଁକି କରୁଥିଲେ ନିବେଦନ ?

ଏ ଖବର ବି ପଢ଼ନ୍ତୁ:- ଲୋକଙ୍କୁ ଏବେ ଜାଳେଣି ଭାଳେଣି, ରାଜଧାନୀରେ କାଠ ମହଙ୍ଗା, କିଣିବାକୁ ଲାଗିଛି ଲୋକଙ୍କ ଭିଡ଼

ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ପର୍ଯ୍ୟଟକଙ୍କୁ ଲୁହା ପାଇପ୍‌ରେ ଆକ୍ରମଣ କରି ଲହୁ ଲୁହାଣ କଲେ ଦୁର୍ବୃତ୍ତ । ପୁରୀ ସ୍ୱର୍ଗଦ୍ୱାର ନିକଟ ଚୈତନ୍ୟ ଛକରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର ଶିକାର ହୋଇଥିବା ବଙ୍ଗୀୟ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଆନନ୍ଦ ଏବଂ ତାଙ୍କ ସାଥି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆନନ୍ଦଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ତାଙ୍କର ଅନ୍ୟ ସାଙ୍ଗ ମାନଙ୍କୁ ଦୁର୍ବୃତ୍ତ ମାନେ ଆକ୍ରମଣ କରୁଥିବା ବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଆନନ୍ଦ ଆକୁଳ ନିବେଦନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏ ଖବର ବି ପଢ଼ନ୍ତୁ:- ବ୍ୟାଙ୍କ୍ ସିକ୍ୟୁରିଟି ଗାର୍ଡଙ୍କ ଘରେ ଭଡ଼ାରେ ରହୁଥିଲେ କିରାଣୀ, କ'ଣ ପାଇଁ ହେଲା ଏମିତି...

ବୁଧବାର ବିଳମ୍ବିତ ରାତିରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଖବର ପାଇ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ପୁରୀ ସମୁଦ୍ର କୂଳ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଥାନା ଅଧିକାରୀ ମାନସ ଚକ୍ର ସୂଚନା ଦେଇଛନ୍ତି ।