LIVE TV

ପ୍ରସବ ଯନ୍ତ୍ରଣା ପରେ ହସ୍ପିଟାଲରେ ଭର୍ତ୍ତି ହେଲା ମୁସ୍କାନ, ସ୍ବାମୀଙ୍କୁ ହତ୍ୟା କରି ଯାଇଥିଲା ଜେଲ୍‌

NEWS7
hand-written-note-may-reveal-three-mrutadeha-found-casein-sundergarh

ଲକ୍ଷ୍ନୌ: ସ୍ୱାମୀକୁ ହତ୍ୟା କରି ଉତ୍ତର ପ୍ରଦେଶର ମେରଠ ଜେଲରେ ବନ୍ଦୀ ଥିବା ମୁସ୍କାନ ମା’ ହେବାକୁ ଯାଉଛି । ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ଜେଲ ପ୍ରଶାସନ ମୁସ୍କାନକୁ ମେରଠ ମେଡିକାଲରେ ଭର୍ତ୍ତି କରିଛି । ଡାକ୍ତରଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସୂଚନା ଅନୁଯାୟୀ, ମୁସ୍କାନଙ୍କ ସ୍ୱାଭାବିକ ପ୍ରସବ ଲାଗି ଡାକ୍ତରୀ ଟିମ୍ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ମୁସ୍କାନ ରସ୍ତୋଗୀ ତା’ ପ୍ରେମିକ ସାହିଲ ସହିତ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲା । ଏହା ପରେ ମୁସ୍କାନ ଏବଂ ସାହିଲ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ। ସେହି ସମୟରେ ମୁସ୍କାନ ଏବଂ ସାହିଲଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମୁସ୍କାନ ଏବଂ ସାହିଲର ହୋଲି ପାଳନର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁଇ ଜଣଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା । ସେମାନେ ସୌରଭଙ୍କୁ ହତ୍ୟା କରି ନୀଳ ଡ୍ରମରେ ପୂରାଇ ଦେଇଥିଲେ । ଏହି ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ଜେଲ ଯିବା ସମୟରେ ମୁସ୍କାନ ଗର୍ଭବତୀ ଥିଲା। ଏବେ ପ୍ରସବ ଯନ୍ତ୍ରଣା ହେବାରୁ ତାକୁ ଜେଲ୍ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେ ମେରଠ ମେଡିକାଲ କଲେଜରେ ସମୟ ସମୟରେ ଚିକିତ୍ସିତ ମଧ୍ୟ ହେଉଥିଲା । ଜେଲରେ ମୁସ୍କାନକୁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଥିଲା। ଏହା ବ୍ୟତୀତ, ଜେଲ ପ୍ରଶାସନ ମୁସ୍କାନକୁ କୌଣସି କାମ କରିବାକୁ ବାଧ୍ୟ କରୁନଥିଲା ।

ମୁସ୍କାନ ପାଖରୁ ଜନ୍ମ ନେବାକୁ ଥିବା ଶିଶୁର ଜୀବନ କେିମିତି କଟିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୌରଭଙ୍କ ପରିବାର ଲୋକେ ପିଲାକୁ ପୋଷ୍ୟ ଭାବରେ ଗ୍ରହଣ କରିବେ ବୋଲି କହିଥିଲେ । ହେଲେ ସେମାନଙ୍କର ଗୋଟିଏ ସର୍ତ୍ତ ରହିଛି । ଯଦି ଜନ୍ମ ନେବାକୁ ଥିବା ଶିଶୁ ତାଙ୍କ ପୁଅ ସୌରଭଙ୍କର ତେବେ ସେମାନେ ତାକୁ ପୋଷ୍ୟ ଭାବରେ ଗ୍ରହଣ କରିବେ । ସେପଟେ ମୁସ୍କାନ ପାଖରୁ ଜନ୍ମ ନେବାକୁ ଥିବା ଶିଶୁର ଡିଏନଏ ଟେଷ୍ଟ କରାଯାଇପାରେ ବୋଲି କୁହାଯାଉଛି ।