ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି

NEWS7
gurupriya-politics

ଭୁବନେଶ୍ବର ୮।୨: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି, ସେଥିରେ ସେମାନେ ସଫଳ ହେବେନି । ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି । ସେମାନଙ୍କୁ ନୋଟିସ୍ ହୋଇଛି, ଏଥିରୁ ନ ଚେତିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମୋତେ ପାଠ ଦେ, ବୁଦ୍ଧି ଦେ.. ମୋ ବାପା-ମାଆଙ୍କୁ ଭଲରେ ରଖ.. ହୁଣ୍ଡିରୁ ମିଳିଲା ମା’ ତାରାତାରିଣୀଙ୍କ ଉଦ୍ଦେଶ୍ୟରେ କୁନି ଭକ୍ତର ଚିଠି

ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି । ଗତବର୍ଷ ସେମାନେ ୫୦୦ କ୍ଵିଣ୍ଟାଲ ଧାନ ବିକିଥିଲେ । ଏଥର କ୍ୟାପ୍ସ ୧୫୦ କ୍ଵିଣ୍ଟାଲ ହୋଇଥିବାରୁ ସେମାନେ ଟିକେ ଅସୁବିଧା ଭୋଗୁଛନ୍ତି । ଆସନ୍ତାବର୍ଷ ସେଥିପ୍ରତି ଦୃଷ୍ଟି ଦିଆଯିବ । ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଟିକେ ଧିରେ ହେଉଛି । ପରବର୍ତ୍ତୀ ସମୟରେ ସେ ଧାନକୁ ଉଠାଯାଉଛି । ଯେଉଁ ମାନଙ୍କର ଟୋକେନ୍ ଲାପ୍ସ ହେଉଛି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, 15 ଦିନ ଟୋକାନ ଅବଧି ବୃଦ୍ଧି କରାଯାଉଛି । ଚଳିତବର୍ଷ ଅଧିକ ଚାଷ ହୋଇଛି । ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି । ସେମାନଙ୍କୁ ନୋଟିସ୍ ହୋଇଛି, ଏଥିରୁ ନ ଚେତିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସମସ୍ତ ଚାଷୀଙ୍କ ଧାନ ଉଠିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।