ଘେରାବନ୍ଦୀରେ ସରଣ୍ଡା ଜଙ୍ଗଲ : କେଉଁଠି ଲୁଚିଛି ମିଶିର, ପାଉନାହାନ୍ତି ସୁରକ୍ଷା ବାହିନୀ

NEWS7
gurgaon-judges-son-dies-10-days-after-being-shot-at-by-security-guard

ରାଉରକେଲା ୧୩।୩: ରାଉରକେଲା ସୀମାନ୍ତ ସୀମାନ୍ତ ଝାଡ଼ଖଣ୍ଡ ଜରେଇକେଲା ଥାନା ସରଣ୍ଡା ଜଙ୍ଗଲରେ ଗୁଳିବିନିମୟ । ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଟପ୍ ମାଓନେତା ମିଶିର ବେସ୍ରା । ସରଣ୍ଡା ଜଙ୍ଗଲରେ ମିଶିର ବେସ୍ରା ଥିବା ଖବର ପାଇ ଝାଡ଼ଖଣ୍ଡ ଜାଗୁଆର ସିଆରପିଏଫ ଏସଓଜି ମିଳିତ ଭାବରେ କମ୍ବିଂ ଅପରେସନ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ କରିଥିଲେ ଗୁଳି ଚାଳନା । ଜବାବରେ ସୁରକ୍ଷାକର୍ମୀ ଚଳାଇଥିଲେ ଗୁଳି । ଘଟଣାସ୍ଥଳରୁ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ସରଣ୍ଡା ଜଙ୍ଗଳକୁ କରାଯାଉଛି ଘେରାବନ୍ଦୀ ।

ଏ ଖବର ବି ପଢ଼ନ୍ତୁ:- ବିଜେଡିକୁ ଘାରୁଛି କି କ୍ରସ୍ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲେ ନବୀନ

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରି ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ସରଣ୍ଡା ଜଙ୍ଗଲର ଜରାଇକେଲା ଠାରୁ ଆରମ୍ଭ କରି ଥଲ୍କୋବାଦ, ରେଢ଼ାରୁ ତିରିଲିପୋଷି ଏପରିକି ଚିଡିଆ, ଗୁଆ ଆଦି ଅଞ୍ଚଳକୁ ସିଆର୍ପିଏଫ୍, କୋବ୍ରା, ଜାଗୁଆର ବାହିନୀ ଓ ଚାଇଁବସା ସ୍ୱତନ୍ତ୍ର ପୋଲିସ ବାହିନୀର ଯବାନ ମାନେ ସରଣ୍ଡାକୁ ଗତ ୪ ଦିନ ହେବ ଘେରିକି ରହିଛନ୍ତି । ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ମିଶିର ବେସ୍ରା ଓ ଅସୀମ ମଣ୍ଡଳ ଏହି ଜଙ୍ଗଲର କୌଣସି ଏକ ସ୍ଥାନରେ ଆତ୍ମଗୋପନ କରିଛନ୍ତି ବୋଲି ବିଶ୍ୱାସ କରାଯାଉଛି । କାରଣ ଗତ ୧ ତାରିଖରେ ଜରାଇକେଲା ଥାନା ଅନ୍ତର୍ଗତ ଚିଡ଼ିଆରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ଓ ଗୁଳି ମାଡ଼ରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ।

​​​​​​​ଏ ଖବର ବି ପଢ଼ନ୍ତୁ:- କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ? ଦଳୀୟ ନେତାଙ୍କ କଥାରେ ନାହିଁ କି ତାଳମେଳ

ସେହିପରି ୭ ତାରିଖରେ ଏହି ଥାନାର କୋଲବୋଙ୍ଗା ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିଲା ଗୁଳି ବିନିମୟ । ତେବେ ଏହି ଦୁଇ ଘଟଣାରେ ଯବାନଙ୍କ କବଳରୁ ଖସି ଯାଇଥିଲେ ମିଶିର ଓ ଅସୀମ । ମିଶିରଙ୍କ ନାମରେ ଓଡ଼ିଶା ସରକାର ୧ କୋଟି ୨୦ ଲକ୍ଷ ଟଙ୍କା ଓ ଅସୀମଙ୍କ ନାଁରେ ସମାନ ଅଙ୍କର ଅର୍ଥ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେପଟେ ଝାଡ଼ଖଣ୍ଡ ସରକାର ଓ ଏନ୍ଆଇଏ ପକ୍ଷରୁ ଏହି ଦୁଇ ମାଓ ନେତାଙ୍କ ନାମରେ ଅର୍ଥ ରାଶି ଘୋଷଣା କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଦମନ କରାଯାଇ ପାରୁନାହିଁ ।