LIVE TV

ବିଜେପି ନେତା ଶଙ୍କର ପରିଡ଼ାଙ୍କ ବିୟୋଗ, ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

NEWS7
gst-fraud-allegation-in-kalahandi

ଭୁବନେଶ୍ୱର ୩୦/୧୦: ବିଜେପି ନେତା ଶଙ୍କର ପରିଡ଼ାଙ୍କ ବିୟୋଗ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅତୀତରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଥିଲେ ଶଙ୍କର ପରିଡ଼ା । କ୍ୟାନ୍ସରରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ ଶଙ୍କର ।  

ସୂଚନା ଥାଉକି, କବି ତଥା ରାଜନେତା ଶଙ୍କର ପରିଡ଼ାଙ୍କ ଦେହାନ୍ତ ହୋଇଛି l ଫୁସ୍‌ଫୁସ୍ କର୍କଟରେ ପୀଡ଼ିତ ହୋଇ ସଂପ୍ରତି ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ । ଶ୍ରୀ ପରିଡ଼ା ଜଣେ ପ୍ରସିଦ୍ଧ କବି ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା । ପୂର୍ବରୁ କର୍କଟ ପୀଡ଼ିତ ହୋଇ ସେ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ।

 

ଏବେ ପୁଣି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା । ଆଜି ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ଝିଅ ଶ୍ରୀ ପରିଡ଼ାଙ୍କ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ପୂର୍ବରୁ ଦଳର ବରିଷ୍ଠ ନେତା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।