LIVE TV

ମିସ୍ ଇସ୍ରାଏଲ ବନାମ ମିସ୍ ପାଲେଷ୍ଟାଇନ୍: ଦୁଇ ସୁନ୍ଦରୀ ପ୍ରତିଯୋଗୀଙ୍କୁ ନେଇ ଏତେ ବିବାଦ କାହିଁକି ?

NEWS7
gsi-conform-how-many-ton-gold-in-sonavadra

ନୂଆଦିଲ୍ଲୀ: ନିକଟରେ ଥାଇଲାଣ୍ଡରେ ଆୟୋଜିତ ମିସ ୟୁନିଭର୍ସ ଇଭେଣ୍ଟକୁ ନେଇ ଚର୍ଚ୍ଚା । ଏହି ଇଭେଣ୍ଟରେ ମିସ୍ ପାଲେଷ୍ଟାଇନ୍ ଏବଂ ମିସ୍ ଇସ୍ରାଏଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି । ମିସ୍ ଇସ୍ରାଏଲ ମେଲାନୀ ଶିରାଜ, ମିସ୍ ପାଲେଷ୍ଟାଇନ୍ ନାଦୀନ ଆୟୁବଙ୍କୁ ଖରାପ ନଜରରେ ଦେଖୁଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଭିଡିଓ କ୍ଲିପ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୂଚନାଯୋଗ୍ୟ, ମିସ୍ ୟୁନିଭର୍ସ ୨୦୨୫ର ଫାଇନାଲ୍ ରାଉଣ୍ଡ ନଭେମ୍ବର ୨୧ରେ ଅନୁଷ୍ଠିତ ହେବ ।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କ୍ଲିପ୍ରେ ଦେଖିବାକୁ ମିଳିଛି ଯେ, ମେଲାନୀ ମିସ୍ ପାଲେଷ୍ଟାଇନ୍ ଆୟୁବଙ୍କୁ ‘ଖରାପ୍ ଲୁକ୍’ ଦେଉଛନ୍ତି ଏବଂ ପରେ ତାଙ୍କ ନଜର ଅନ୍ୟ ପ୍ରତିଯୋଗୀଙ୍କ ଆଡ଼କୁ ଯାଉଛି । ଏହି କ୍ଲିପ ଭାଇରାଲ୍ ହେବା ପରେ ନେଟିଜେନ୍ସ ମେଲାନୀଙ୍କୁ ସମାଲୋଚନା କରିଛନ୍ତି । ସେ ନିଜର ପ୍ରତିଯୋଗୀ ମିସ୍ ପାଲେଷ୍ଟାଇନଙ୍କୁ ଇର୍ଷା କରୁଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ।

 

ଜଣେ ୟୁଜର ଲେଖିଛନ୍ତି, ‘ମିସ୍ ପାଲେଷ୍ଟାଇନ୍ କୌଣସି ପରୀ କାହାଣୀର ସୁନ୍ଦର ନାୟିକା ଭଳି ଲାଗୁଛନ୍ତି । ମିସ୍ ଇସ୍ରାଏଲ ଜଣେ ଇର୍ଷା କରୁଥିବା ସାବତ ଭଉଣୀ ପରି ଲାଗୁଛନ୍ତି ।’ ଅନ୍ୟ ଜଣେ ଲେଖିଛନ୍ତି, ଇସ୍ରାଏଲର ସେହି ମହିଳା ବୋଧହୁଏ ସବୁଠାରୁ ଅଧିକ ଅସୁନ୍ଦର । ତୃତୀୟ ବ୍ୟକ୍ତି ଲେଖିଛନ୍ତି, ସେ ତାଙ୍କୁ ଦେଖୁଥିଲେ, କିନ୍ତୁ ସେ(ଆୟୁବ) କୌଣସି ପ୍ରତିକ୍ରିୟା ଦେଇନଥିଲେ । ସେ (ଆୟୁବ) ନିଜର ପୋଜ୍ ଦେଇଥିଲେ ।

ସେପଟେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍ ହେବା ପରେ ମିସ୍ ଇସ୍ରାଏଲ ମେଲାନୀ ଇଭେଣ୍ଟର ଏକ ଭିଡିଓ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ଦର୍ଶାଇଛନ୍ତି ଯେ, ସେ ମିସ୍ ପାଲେଷ୍ଟାଇନ୍ଙ୍କ ପାଖରେ ନୁହେଁ ବରଂ ପଛରେ ଛିଡ଼ା ହୋଇଥିଲେ । ଏହା ସହ ତାଙ୍କର ଭିଡିଓକୁ ଭୁଲ ଉପାୟରେ ଦେଖାଯାଉଛି । ହୀନ ମାନସିକତାର ଲୋକେ ତାଙ୍କର ପ୍ରତିଛବି ମଳିନ କରିବାକୁ ଚେଷ୍ଟା କରୁଥିବା ନେଇ ମଧ୍ୟ ମେଲାନୀ ଅଭିଯୋଗ କରିଛନ୍ତି ।