ସରକାରଙ୍କ ମନମୁଖୀ ଶାସନକୁ କରାଯିବନି ବରଦାସ୍ତ, ସୋସିଆଲ ମିଡ଼ିଆରେ ଯୁବ ବିଜେଡି ଆରମ୍ଭ କରିବ କ୍ୟାମ୍ପେନ

NEWS7
ground-report-by-news7-from-chitrakonda-area

ନୂଆଦିଲ୍ଲୀ ୦୫/୦୧: ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ ଆଦାୟ କରୁଛନ୍ତି । ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ଫାଇନ। କାର ଚାଳକର ହେଲମେଟ ପାଇଁ ଫାଇନ । ଏହି ମିଛ ଫାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ । କାରଣ ସରକାର ଏହାକୁ ବନ୍ଦ କରି ଦେଇଛନ୍ତି ।

ଯଦି ପ୍ରଦୂଷଣ ପାଇଁ ଏତେ ଚିନ୍ତା ଅଛି, PUCC ପାଇଁ ଅଲଗା ବ୍ୟବସ୍ଥା କରନ୍ତୁ । ଚାଲାଣ ଅଲଗା କରନ୍ତୁ । ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । କଣ ଖାଲି ଗାଡି ଯୋଗୁଁ ପ୍ରଦୂଷଣ ହେଉଛି? ଗଛ କଟା ଯାଉଛି, ଖଣି ଉତ୍ତୋଳନ, ଶିଳ୍ପ ସଂସ୍ଥାରୁ ପ୍ରଦୂଷଣ ହେଉନି । ଲଘୁ ଖଣିଜ ପାଇଁ କେତେ ଫାଇନ ହୋଇଛି? କେତେ ଶିଳ୍ପପତି ରାସ୍ତାରେ ଠିଆ ହୋଇ ଫାଇନ ଦେଉଛନ୍ତି। ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ ନିଜ କଷ୍ଟ ଓ କହିବେ ବିଜେପିକୁ ଭୋଟ ଦେଇ ଭୁଲ କଲୁ।

କମଲ କା ଫୁଲ ଲୋଗୋଙ୍କା ଭୁଲ । ଏ କ୍ୟାମ୍ପେନ ଆରମ୍ଭ ହେବ। ୟୁ ଟର୍ଣ୍ଣ ନେବାକୁ ବାଧ୍ୟ ହେବେ ସରକାର। ଯୁବ ବିଜେଡି ଫାଇନ ଆଦାୟ ସ୍ଥାନରେ ପିକେଟିଂ କରିବ। ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଛି। ସରକାରଙ୍କ ମନମୁଖୀ ଶାସନ ବରଦାସ୍ତ କରାଯିବ ନାହିଁ । ମନ୍ତ୍ରୀ କହୁଛନ୍ତି ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ।