ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ, ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତକୁ ବୃଦ୍ଧି

NEWS7
ground-report-by-news7-from-chitrakonda-area

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର (ଜିଏସଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି, ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ।

ମୁଣ୍ଡପିଛା ଆୟ-

୨୦୨୫-୨୬ (ଅଗ୍ରୀମ ଆକଳନ) ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି | ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି...

କୃଷି କ୍ଷେତ୍ର

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି, ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ।

ପୁଞ୍ଜି ବ୍ୟୟ

୨୦୨୫-୨୬ରେ, ଜିଏସଡିପିର ପ୍ରତିଶତ ଭାବରେ ପୁଞ୍ଜି ବ୍ୟୟବରାଦ ୬.୬ ପ୍ରତିଶତକୁ ଲକ୍ଷ୍ୟ ରଖି ବଜେଟ୍ କରାଯାଇଥିଲା, ଯାହା ୨୦୨୪-୨୫ର ୫.୦ ପ୍ରତିଶତରୁ ବୃଦ୍ଧି ପାଇଛି...

ଆର୍ଥିକ ପରିଚାଳନା ଆର୍ଥିକ ସଂସ୍କାର

୨୦୨୫-୨୬ ରେ ଓଡ଼ିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬ ପ୍ରତିଶତ ରହିବା ପାଇଁ ବଜେଟ୍ କରାଯାଇଛି | ଯାହା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ ଏବଂ ଏଫଆରବିଏମ୍ ସୀମା ୨୫ ପ୍ରତିଶତ ଠାରୁ ମଧ୍ଯ ଯଥେଷ୍ଟ କମ୍ | ଏହା ବ୍ୟତୀତ, ରାଜସ୍ବ ପ୍ରାପ୍ତି ଅନୁପାତ (ଆଇପିଆରଆର) ସହିତ ସୁଧ ଦେୟ ୨.୮ ପ୍ରତିଶତରେ ରହିଛି, ଯାହା ନିର୍ଦ୍ଧାରିତ ୧୫ ପ୍ରତିଶତ ସୀମା ମଧ୍ୟରେ ରହିଛି।

ସ୍ୱାସ୍ଥ୍ୟ

* ଗୁଣାତ୍ମକ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ଲାଗି ରାଜ୍ୟ ପକ୍ଷରୁ ମହତ୍ବପୂର୍ଣ୍ଣ ନିବେଶ କରାଯାଇଛି। ଜନସ୍ବାସ୍ଥ୍ୟ ବ୍ୟୟରେ କ୍ରମାଗତ ବୃଦ୍ଧି ଘଟିଛି, ଯାହା ୨୦୧୯-୨୦ରେ ୬.୨ ହଜାର କୋଟି ଟଙ୍କା ଥିବାବେଳେ ୨୦୨୪-୨୫ ସଂଶୋଧୂତ ଆକଳନରେ ଏହା ୧୯.୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି।