ବର ପିନ୍ଧିଲା ନୋଟ୍‌ରେ ତିଆରି ଜ୍ୟାକେଟ୍‌, ଭିଡିଓ ଭାଇରାଲ୍‌ ପରେ...

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬।୦୪: ବର ଗଳାରେ ନୋଟ୍‌ ମାଳ ପକାଇବା ଦେଖିଛନ୍ତି । କିନ୍ତୁ ବର କେବେ ନୋଟ୍‌ରେ ତିଆରି ଜ୍ୟାକେଟ୍‌ ପିନ୍ଧିବାର ଦେଖିଛନ୍ତି ? ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ।  ବର ନୋଟ୍‌ରେ ପ୍ରସ୍ତୁତ ଜ୍ୟାକେଟ୍‌ ଓ ଟୋପି ପିନ୍ଧିଥିବା ଭିଡିଓରେ ନଜର ଆସିଛି । 

ଭିଡିଓରେ ଲୋକେ ବରକୁ ନୋଟ୍‌ ଜ୍ୟାକେଟ୍‌ ଓ ଟୋପି ପିନ୍ଧାଉଛନ୍ତି । ଭିଡିଓରେ ବରକୁ ୨୦ ଟଙ୍କିଆ ନୋଟ୍‌ରେ ପ୍ରସ୍ତୁତ ହାଫ୍‌ ଜ୍ୟାକେଟ୍‌ ପିନ୍ଧାଯାଉଥିବା ଦେଖାଯାଇଛି । ଜ୍ୟାକେଟ୍‌ରେ ବଟନ ଲାଗିଛି, ଯାହାକୁ କିଛି ମହିଳା ବନ୍ଦ କରୁଛନ୍ତି । ଏହା ପରେ ଜଣେ ମହିଳା ନୋଟ୍‌ରେ ପ୍ରସ୍ତୁତ ଏକ ଟୋପି ବରକୁ ପିନ୍ଧାଇଛନ୍ତି । ପାଖରେ ଜଣେ ଯୁବକ ନୋଟ୍‌ର ମାଳା ଧରି ଠିଆ ହୋଇଛନ୍ତି ।

 ବର ବସିବା ପରେ ଯୁବକ ଜଣକ ତାକୁ ମାଳାଟିକୁ ପିନ୍ଧାଇଲେ । ମାଳାରେ ଲାଇଟ୍‌ ଲାଗିଛି । ଆଖପାଖ ଲୋକ ବରକୁ ବେଶ ଉତ୍ସାହର ସହ ଦେଖୁଛନ୍ତି । ଭିଡିଓଟି ପୋଷ୍ଟ୍‌ ହେବା ପରଠୁ ୧୧ ଲକ୍ଷରୁ ଅଧିକ ଥର ଦେଖାଗଲାଣି । ତେବେ ୟୁଜର୍‌ଙ୍କ କହିବା ଅନୁସାରେ ଏହା ଇସ୍‌ଲାମ ଧର୍ମର ବିବାହ ଭିଡିଓ । ଏ ପ୍ରକାର ଅର୍ଥ ପ୍ରଦର୍ଶନକୁ ଅଧିକାଂଶ ୟୁଜର୍‌ ଲୋକ ଦେଖାଣିଆ ବୋଲି କହିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.