ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଜି ଅନ୍ତ୍ୟେଷ୍ଟି, ରାଜଘାଟରେ ଶେଷ ଦର୍ଶନ

NEWS7
govt-tells-bsnl-to-look-at-options-including-closure

ସମ୍ୱଲପୁର ୧୭/୦୨: ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଆଜି ତାଙ୍କର ହେବ ଅନ୍ତିମ ସଂସ୍କାର । ଚିକିତ୍ସାଧୀନ ଅବସ୍ଥାରେ କାଲି ରାତିରେ ହୋଇଛି ପରଲୋକ । ସୋମବାର ୭୯ ବର୍ଷ ବୟସରେ ରାତିରେ ତାଙ୍କର ପରଲୋକ ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ ।

ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଥିଲା ଚିକିତ୍ସା । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ମୃତ୍ୟୁ ପରେ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି ।

ସୂଚନା ଥାଉକି, ୨୦୧୪ରେ ସମ୍ବଲପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ସମ୍ୱଲପୁରରୁ ଜିତିଥିଲେ । ସମ୍ୱଲପୁରକୁ ଅବହେଳା ଅଭିଯୋଗ ଆଣି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ୨୦୨୪ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ରାଜନୀତିଠୁ ଦୂରରେ ରହି ସାମାଜିକ କାର୍ୟ୍ୟରେ ନିୟୋଜିତ ଥିଲେ ।

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଛନ୍ତିବୁର୍ଲା ଭିମସାର ଓ ସମ୍ବଲପୁରରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ ।