LIVE TV

ଲୋକେ ଚାହୁଁଥିଲେ ପରିବର୍ତ୍ତନ, ଯାହାର ପ୍ରତିଫଳନ ନୂଆପଡ଼ା ରେଜଲ୍ଟ

NEWS7
govt-approves-7257-kalia-scholarship-applications

ଭୁବନେଶ୍ୱର ୧୪/୧୧: ସରିନି ଗଣତି । ଫଳଫଳ ଘୋଷଣାକୁ ଅପେକ୍ଷା । ନୂଆପଡ଼ା ବିକାଶରେ ଆମକୁ ସୁଯୋଗ ମିଳିଛି ତେଣୁ ଧନ୍ୟବାଦ,ପୂର୍ଣ୍ଣାଙ୍ଗ କାଉଣ୍ଟିଂକୁ ଅପେକ୍ଷା କରିଛୁ,ଜଣାପଡୁଥିଲା ଲୋକେ ଲଢୁଥିଲେ । ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି ।

'ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ ବୋଲି କହିଛନ୍ତି ମନମୋହନ ।ରାଜ୍ୟ ବିଜେପି ସଭାପତିଙ୍କ ଏକ ତରଫା ହୋଇଛି ନିର୍ବାଚନ ଫଳାଫଳ । ଉପଯୁକ୍ତ ଓ ଠିକ୍ ନିଷ୍ପତି ନେଇଛନ୍ତି ନୂଆପଡ଼ାବାସୀ ।

ଆମ ପାଇଁ ନୁହେଁ ନୂଆପଡ଼ା ବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ଥିଲା । ଦୀର୍ଘ ବର୍ଷର ଶାସନରେ ଯେଉଁ ଉନ୍ନତି ସେମାନେ ଦେଖିନଥିଲେ ଦେଢ଼ ମାସରେ ଦେଖିଲେ । ତେଣୁ ଆମକୁ ବିଶ୍ୱାସ କରି ଭୋଟ ଦେଇଛନ୍ତି । ଯାହା ଅଭିଯୋଗ ବିଜେଡି କଂଗ୍ରେସ କରୁଛନ୍ତି ଉଚିତ୍ ଫୋରମ୍ ରେ କରନ୍ତୁ ସେଠି ତାଙ୍କୁ ତାହାର ଉତ୍ତର ମିଳିବ ।

୫୦୦ ଦିନର ସରକାରର କାର୍ଯ୍ୟକ୍ରମ ଦେଖି ଲୋକେ ବିଜେପି ସରକାରକୁ ବିଶ୍ୱାସ କଲେ । ନୂଆପଡାବାସୀ ଆମର ଷ୍ଟାର କ୍ୟାମ୍ପନର ହେଲେ ।ଏହାସହ ବିରୋଧୀଙ୍କୁ ବିଜେପି ରାଜ୍ୟ ସଭାପତି ଟାର୍ଗେଟ କରିଛନ୍ତି । ହାରିବାର କାରଣ ଅନେକ । ଆମେ ଅନେକ ବର୍ଷ ଧରି ଆମେ ହାରୁଥିଲୁ, ଆମେ ବାହାନା ନୁହେଁ ଆମେ ସମୀକ୍ଷା କରୁଥିଲୁ ।

ଗଣମାଧ୍ୟମ ଆଗରେ କୌଣସି ବାହାନା କରିନୁ । ଲୋକମତକୁ ଆମେ ସମ୍ମାନ କରୁ । ବିରୋଧୀ ଦଳ ଜନ୍ମରୁ ସୁନା ଚାମଚ ଧରି ଜନ୍ମ ହେଲେ, ବିରୋଧୀ ଦଳ କଣ ସେ ଜାଣି ନାହାନ୍ତି । ଏବେ ବିରୋଧୀ ଦଳ ଭାବେ ତାଙ୍କୁ ଧର୍ଯ୍ୟ ଧରିବାକୁ ପଡ଼ିବ । ଆମେ ବିରୋଧୀ ଦଳରେ ପିଏଚଡ଼ି କରିଛୁ । ବିରୋଧୀ ଦଳ ନେତାଙ୍କ ଗସ୍ତ ୨୦୨୪ ସାଧାରଣ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିଲା ନାହିଁ ଏବେ ଉପ ନିର୍ବାଚନରେ କଣ ପ୍ରଭାବ ପଡ଼ିବ ।