LIVE TV

ଦିଲ୍ଲୀପ ତିର୍କୀ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ହରିୟାଣାର ଉମେଦ କୁମାର ଚାମ୍ପିଅନ, ପିଜିଟିଆଇ ନେକ୍ସଜେନରେ ନଂ ୧ ସ୍ଥାନ ଦଖଲ କଲେ

NEWS7
governments-itself-confused-about-the-coronavirus-pandemic

ଭୁବନେଶ୍ୱର ୧୧: ଗତ ୨ ତାରିଖରୁ ଭୁବନେଶ୍ବର ଗଲ୍ଫ କୋର୍ସରେ ଆୟୋଜିତ ଦିଲ୍ଲୀପ ତିର୍କୀ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ହରିୟାର ଉମେଦ କୁମାର ଚାମ୍ପିଅନ ହୋଇଛନ୍ତି । ଚାମ୍ପିଅନଙ୍କୁ ୨,୫୪, ୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପିଜିଟିଆଇର ସିଇଓ ଅମନଦୀପ ଜୋହଲ ଓ କିମ୍ବଦନ୍ତୀ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଠାରୁ ସେ ପୁରସ୍କାର ଗ୍ରହଣ କରିଥିଲେ ।

ଉମେଦ ପିଜିଟିଆଇ ନେକ୍ସଜେନରେ ନଂ ୧ ସ୍ଥାନ ଦଖଲ କରିବା ସହ ୮,୬୧,୧୪୦ ଟଙ୍କା ପୁରସ୍କାର ଜିତିଛନ୍ତି । କୁଶଲ ସିଂ ରନର୍ସଅପ୍ ହୋଇଥିଲେ । ତାଙ୍କୁ ୨,୧୪, ୩୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିଭଳି ତୃତୀୟ ସ୍ଥାନରେ ରହି ଚନ୍ଦ୍ରଜିତ ଯାଦବ ୧,୩୬,୩୦୦ ଟଙ୍କା, ଚତୁର୍ଥ ସ୍ଥାନରେ ସଞ୍ଜୀବ କୁମାର ୧,୦୨,୩୦୦ ଟଙ୍କା ଏବଂ ପଞ୍ଚମ ସ୍ଥାନରେ ଦିବେଶ ରାଣାଙ୍କୁ ୧,୦୨,୩୦୦ ଟଙ୍କାର ପୁରସ୍କାର ମିଳିଥିଲା । ମୋଟ୍ ୩୯ ଜଣ ଗଲ୍ଫରଙ୍କୁ ମୋଟ୍ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।