ଲଭ୍ କେଲିୟେ କୁଛ୍ ଭି କରେଗା...ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ

NEWS7
government-farmer-meeting-minister-narendra-singh-tomar-replies-to-farmer

ସୁବର୍ଣ୍ଣପୁର ୨୪/୦୨: ଟ୍ରାଏଙ୍ଗଲ ଲଭଷ୍ଟୋରୀର ଦ ଏଣ୍ଡ । ଧରାପଡ଼ିଲେ ଫେରାର୍ ପ୍ରେମିକ ଓ ନବବଧୂ । ଶେଷରେ ବଲାଙ୍ଗିର ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣାର ୩ ଦିନ ନାଟକରେ ପଡିଛି ଯବନିକା । ସମ୍ବଲପୁର ପ୍ରଫେସର ପଡ଼ାରୁ ଧରାପଡିଛନ୍ତି ପ୍ରେମିକ- ନବବଧୂ । ଭଡ଼ା ଘରୁ ଧରାପଡ଼ିଲେ ଉଭୟ । ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ । ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା ।

ସୂଚନା ଥାଉକି, ନବ ବଧୂ ଫେରାର ଘଟଣାରେ ପ୍ରେମିକ ଓ ପ୍ରେମିକାକୁ ଅଟକ ରଖିଛି ତରଭା ପୋଲିସ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି । ଗତ ୨୧ ତାରିଖ ରାତିରେ ବଲାଙ୍ଗିର ସହର କାମାକ୍ଷୀ ନଗରରୁ ରିଙ୍କୁ ପୁଟେଲ ବର ବେଶରେ ବାହାରି ବୈାଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବନ୍ଧପାଲି ସ୍ଥିତ ରଶ୍ମିଙ୍କ ସହିତ ବୈଦିକ ରୀତୀ ନୀତୀରେ ବାହାଘର ସଂମ୍ପର୍ଣ୍ଣ ହୋଇଥିଲା ।

ଅଗ୍ନୀକୁ ସାଖୀ ରଖି ବିବାହ ହେବାପରେ ହାତଗଣ୍ଠି ପଡ଼ିଥିଲା । ଝିଅ ବିଦାୟୀ ହେଲା ବେଳକୁ ହସଖୁସୀରେ ଘରକୁ ନେଇ ଆସୁଥିଲେ ବର । ଠିକ ଆସିବା ବାଟରେ ତରଭା ଥାନା ନୂଆଁ ବନ୍ଧ ନିକଟରେ ନବ ବିବାହିତା କନ୍ୟାର ପ୍ରେମିକା ଏକ ଧଳାରଂଙ୍ଗର ବ୍ରିଜା ମାରୁତି ଗାଡିରେ ପହଂଚି ସେଠାରେ ତାଙ୍କୁ ଅଟକାଇ ଥିଲା l କନ୍ୟାକୁ ନେଇ ନିଜ କାର ଭିତରେ ବସାଇ ଚମ୍ପଟ ମାରିଥିଲା । ଶିଶୁପାଳ ହୋଇ ବର ରିଙ୍କୁ ଏନେଇ ତରଭା ଥାନାର ଦ୍ଵାରସ୍ଥ ହୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତରଭା ପୋଲିସ ଏକ ଟିମକରି ବୌଦ ଜିଲ୍ଲାର ବଡ଼ଛପାପାଳି ଗ୍ରାମର ପ୍ରେମିକ ସଞ୍ଜୀବ ସାହୁଙ୍କ ସହ ଫେରାର ମାରିଥିବା ପ୍ରେମିକା ରଶ୍ମିକୁ ଖୋଜା ଖୋଜି କରୁଥିଲା l ଆଜି ପ୍ରେମିକ ସଞ୍ଜୀବ ସାହୁଙ୍କ ଓ ପ୍ରେମିକା ରଶ୍ମିକୁ ତରଭା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି l

also read...

ଟଙ୍କା ପାଇଁ ଶ୍ରୀମନ୍ଦିର ମର୍ଯ୍ୟାଦା ହାନି, ପ୍ରସାଦ-ଫ୍ୟାନ୍ସି ଚୁନରି ବାଣ୍ଟି ଶୋଷୁଛନ୍ତି