ସେମି ଫାଇନାଲ ପୂର୍ବରୁ ସଞ୍ଜୁ ସାମସନଙ୍କୁ ଲାଗିପାରେ ଝଟକା : ବିଶୃଙ୍ଖଳା ପାଇଁ ଖେଳିବେନି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ !

NEWS7
government-decided-to-bring-dakota-to-odisha

ନୂଆଦିଲ୍ଲୀ, ୦୪ /୦୩: ସଞ୍ଜୁ ସାମସନଙ୍କୁ ଲାଗିପାରେ ଝଟକା । ବଡ ଆକ୍ସନ ନେଇପାରେ ଆଇସିସି । ନ ଖେଳିପାରନ୍ତି ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍ ମ୍ୟାଚ୍ । କିଛି ଏମିତି ଚର୍ଚ୍ଚା । ଷ୍ଟାଡିୟମରେ ସଞ୍ଜୁଙ୍କୁ ଆଚରଣକୁ ନେଇ ଆଗାମୀ ମ୍ୟାଚ୍ ସେ ଖେଳିବା ନେଇ ପ୍ରଶ୍ନ ଉଠିଛି ।

ରବିବାର ଭାରତ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା ନକ୍ ଆଉଟ୍ ମୁକାବିଲା । ଉଭୟ ଦଳ ପାଇଁ ଜିତିବା ଜରୁରୀ ଥିଲା । ମ୍ୟାଚରେ ଟସ୍ ଜିତିଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଦମଦାର ପାଳି ଖେଳିଥିଲା କାରବିୟାନ ଟିମ୍ । ରନ୍ ଗତି ଧିମା ଥିଲେ ବି ଓ୍ୱିକେଟ୍ ପଡିନଥିଲା । ଫଳରେ ଟିମ୍ ୧୯୫ ରନ୍ ସ୍କୋର କରିଥିଲା । ଜବାବରେ ଭାରତ ୧୯.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ଏଥିରେ ସଞ୍ଜୁଙ୍କ ଯୋଗଦାନ ଅଧିକ ଥିଲା । ସେ ୫୦ ବଲରୁ ୯୭ ରନ୍ କରି ଅପରାଜିତ ରହିଥିଲେ ।

ତେବେ ଭାରତ ମ୍ୟାଚ୍ ଜିତିବା ପରେ ସଞ୍ଜୁ ନିଆରା ଅନ୍ଦାଜରେ ସେଲିବ୍ରେସନ କରିଥିଲେ । ସେ ବିଜୟୀ ସଟ୍ ଖେଳି ହେଲମେଟକୁ ଗ୍ରାଉଣ୍ଡରେ ଫିଙ୍ଗି ଦେଇଥିଲେ । ଏହାସହ ଭଗବାନଙ୍କୁ ପ୍ରଣାମ କରିଥିଲେ । ହାତ ଉପରକୁ ଉଠାଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସେଲିବ୍ରେସନ ପାଇଁ ସେ ବିବାଦରେ ଫସିଛନ୍ତି । ପ୍ରଥମେ ସେ ହେଲମେଟ୍ ଫିଙ୍ଗି ଅଡୁଆରେ ପଡିଥିଲେ । ଏବେ କ୍ରିଜରେ ପ୍ରାର୍ଥନା କରିବାକୁ ନେଇ ତାଙ୍କର ଅଡୁଆ ବଢିଛି ।

ଜିତିଲା ପରେ ସେ ପ୍ରଥମେ ଇଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଏହାପରେ ଇସଲାମ୍ ଧର୍ମାବଲମ୍ବୀଙ୍କ ଭଳି ହାତ ଦେଖାଇ ଧନ୍ୟବାଦ ଜଣାଇଥିଲେ । ଏହାପରେ ହିନ୍ଦୁ ପ୍ରଥା ଅନୁସାରେ ହାତ ଯୋଡିଥିଲେ । ଏହାକୁ କିଛି ସୋସିଆଲ ମିଡିଆ ୟୁଜର କେରଳ ଷ୍ଟୋରୀ ସହ ଯୋଡୁଛନ୍ତି । ଏହି ଘଟଣା ପରେ ସେ ସବୁ ଧର୍ମରେ ବିଶ୍ୱାସ କରୁଥିବା ଏବଂ ଏସବୁ ଧର୍ମକୁ ନିଜର ବ୍ୟକ୍ତିଗତ ବ୍ୟାପାର ବୋଲି କହିଥିଲେ ।

ଆଇସିସିର ନିୟମ

ଆଇସିସିର ନିୟମ ଅନୁସାରେ, ପଡିଆରେ ଭଗବାନଙ୍କୁ ମୁଣ୍ଡିଆ ମାରିଲେ କିଛି ସେମିତି ବଡ ଅସୁବିଧା ନାହିଁ । କିନ୍ତୁ କୌଣସି ଧର୍ମକୁ ଆଘାତ ଦେଲା ଭଲି କିଛି କଲେ ସେଥିପାଇଁ ଦଣ୍ଡବିଧାନ ରହିଛି । କିନ୍ତୁ ସଞ୍ଜୁ ହେଲମେଟ୍ ଫିଙ୍ଗି ବିବାଦ ବଢାଇଛନ୍ତି । ଯାହା ଆଇସିସି ଆର୍ଟିକିଲ ୨.୨ର ଉଲ୍ଲଙ୍ଘନ କରୁଛି । ଯେଉଁଥି ପାଇଁ ତାଙ୍କୁ ଗୋଚିଏ ମ୍ୟାଚରୁ ବାସନ୍ଦ କରାଯାଇପାରେ । ଯଦି ସେ ବାସନ୍ଦ ନହୁଅନ୍ତି ତେବେ ସେ ଫାଇନ୍ ଦେଇପାରନ୍ତି କିମ୍ବା ତାଙ୍କ ମ୍ୟାଚ୍ ଫି କଟିପାରେ । କିନ୍ତୁ ଶେଷ ନିଷ୍ପତ୍ତି ଆଇସିସି ହିଁ ନେବ ।