UAPA ମାମଲାରେ କାଶ୍ମୀର ବିଛନ୍ନତାବାଦୀ ଆସିୟା ଅନ୍ଦ୍ରାବୀ ଦୋଷୀ ସାବ୍ୟସ୍ତ, ଜାନୁୟାରୀ ୧୭ରେ ହେବ ଦଣ୍ଡ ଶୁଣାଣି

NEWS7
government-announces-relaxation-in-janta-curfew-in-state

ନୂଆଦିଲ୍ଲୀ ୧୪।୧: ଦିଲ୍ଲୀର ଏକ ନ୍ୟାୟାଳୟ ୧୪ ଜାନୁୟାରୀ ବୁଧବାର କାଶ୍ମୀର ବିଛିନ୍ନତାବାଦୀ ସଙ୍ଗଠନ ତଥା ଦୁଃଖତରାନ-ଏ-ମିଲ୍ଲତର ମୁଖିଆ ଆସିୟା ଅନ୍ଦ୍ରାବୀଙ୍କୁ ବେଆଇନ ଗତିବିଦ୍ଧି ନିୟନ୍ତ୍ରଣ ଆଇନ (ୟୁଏପିଏ)ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଦୌରାଜଜ ଚନ୍ଦରଜିତ ସିଂହ ଅନ୍ଦ୍ରାବୀଙ୍କୁ ୟୁଏପିଏର ଧାରା ୧୮(ଷଡ଼ଯନ୍ତ୍ର) ଓ ୩୮( ଆତଙ୍କବାଦ ସଙ୍ଗଠନର ସଦସ୍ୟତା)ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାନୁୟାରୀ ୧୭ରେ କୋର୍ଟ ମାମଲାରେ ଦଣ୍ଡ ଶୁଣାଣି କରିବେ।

ସୂଚନା ଅନୁସାରେ ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ) ଅନ୍ଦ୍ରାବୀଙ୍କ ଉପରେ ଦୁଇ ସହଯୋଗୀଙ୍କ ସହ ମିଶି ଘୃଣା ଭାଷଣ ମାଧ୍ୟମରେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବା, ଅପରାଧିକ ଷଡ଼ଯନ୍ତ୍ର କରିବା ନେଇ ୟୁଏପିଏ ଆଇନରେ ଆରୋପ ଲଗାଇଥିଲା। ପ୍ରସିକ୍ୟୁସନ ଓକିଲଙ୍କ ଅନୁସାରେ ଅନ୍ଦ୍ରାବୀ ଓ ତାଙ୍କ ସହଯୋଗୀ ବିଛିନ୍ନତାବାଦ ଆନ୍ଦୋଳନ ନିମନ୍ତେ ସମର୍ଥନ ଯୋଗାଡ କରିବା ପାଇଁ ନିଷିଦ୍ଧ ସଙ୍ଗଠନମାନଙ୍କ ସହିତ ସମ୍ପର୍କ ସ୍ଥାପନା କରିଥିଲେ। ଏପରି କାର୍ଯ୍ୟ ଯାହା ଏଜେନ୍ସୀ ଦୃଷ୍ଟିରେ ୟୁଏପିଏ ଆଇନରେ ଅପରାଧ ଶ୍ରେଣୀରେ ଆସିଥାଏ।

ରେକର୍ଡରେ ଉପଲବ୍ଧ ସାକ୍ଷ ଓ ପ୍ରମାଣ ଯାଞ୍ଚ କରିବା ପରେ କୋର୍ଟ ଏନଆଇଏ ଅଭିଯୋଗକୁ ଉଚିତ ସ୍ୱୀକାର କରିଥିବା ବେଳେ ଅନ୍ଦ୍ରେବୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଅତିରିକ୍ତ ଦୌରାଜଜ ଚନ୍ଦର ଜିତ ସିଂହ ଅନ୍ଦ୍ରାବୀଙ୍କୁ ୟୁଏପରିଏ ଧାରା ୧୮ ଓ ୩୮ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଦଣ୍ଡ ଉପରେ ଶୁଣାଣି ଜାନୁୟାରୀ ୧୭ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି। ମହିଳା ବିଛିନ୍ନତାବାଦୀ ସମୂହ ଦୁଃଖତରାନ-ଏ-ମିଲ୍ଲତକୁ ଅନ୍ଦ୍ରାବୀ ୧୯୮୭ ମସିହାରେ ସ୍ଥାପନା କରିଥିଲେ। ତାଙ୍କୁ ଏପ୍ରିଲ ୨୦୧୮ରୁ ଗିରଫ କରାଯାଇଛି। ପରେ ତାଙ୍କ ସଙ୍ଗଠନକୁ ଦେଶରେ ନିଷିଦ୍ଧ ହୋଇଛି।