ବିଜେଡି ଘାରୁଛି କି କ୍ରସ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲ ନବୀନ

NEWS7
google-shut-down-google-very-shotly

ଭୁବନେଶ୍ୱର ୧୩/୦୩: ସୋର ବିଧାୟକ ମାଧବ ଧଡାଙ୍କ ସହ କଣ କଥା ହେଲେ ନବୀନ ? ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ମାଧବ ଧଡ଼ା । କହିଲେ, ଦଳର ସୁପ୍ରିମୋ ଯାହା ନିଷ୍ପତି ନେଇଛନ୍ତି, ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁ । ଦୁଇ ଦିନ ଧରି କାହିଁକି ଅନୁପସ୍ଥିତ ଥିଲେ ବୋଲି ମାଧବଙ୍କୁ ପଚାରିଲେ ନବୀନ ।

ମାଧବ କହିଲେ, ଭାଣିଜୀ ବାହାଘର ଥିବାରୁ ବିଧାନସଭାରେ ଅନୁପସ୍ଥିତ ଥିଲି । ବାହାଘର ଭଲରେ ହେଲା କି ବୋଲି ପଚାରିଲେ ନବୀନ । ତେବେ ଦଳ ହୁଇପ ମାନିବୁ ବୋଲି କହିଛନ୍ତି ମାଧବ । ରବି ଜେନା ଦଳ ଛାଡିବା ନେଇ କହିଲେ, କିଏ କଣ ଚର୍ଚ୍ଚା କରିବେ କାହା ମୁହଁରେ ହାତ ଦେଇ ହେବ ନାହିଁ । ବିଜେଡିର ୪୮ ବିଧାୟକ ସଂଗଠିତ ଅଛନ୍ତି । ବିଜେପି ବାରମ୍ବାର ପ୍ରେସର୍ କରୁଛି, ହେଲେ ସେଥିରେ ସଫଳ ହେବେ ନାହିଁ ।

ସେପଟେ ବିଜେଡିକୁ ଘାରିଛି କ୍ରସ୍ ଭୋଟିଂ ଭୟ। ହ୍ବିପ୍ ପରେ ଜାରି ହେଲା ହୋଇଛି ନୋଟିସ୍ । ବିଜେଡି ବିଧାୟକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ। ବିଜେଡି ବିଧାୟକଙ୍କୁ ଚିଠି ଲେଖି ହ୍ବିପ୍ ମାନିବାକୁ କଡ଼ା ନିର୍ଦ୍ଦେଶ । ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

also read..

କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ? ଦଳୀୟ ନେତାଙ୍କ କଥାରେ ନାହିଁ କି ତାଳମେଳ