ରାଜନୀତି ଛାଡ଼ିବି ବୋଲି ମନ କେବେ କହିନି, ନିର୍ବାଚନ ଲଢ଼ିବା ପାଇଁ ମୋର ଇଚ୍ଛା ନାହିଁ

NEWS7
good-news-india-director-free-from-child-abuse-case

ଭୁବନେଶ୍ବର ୭।୨: ଆଗାମୀ ନିର୍ବାଚନ ଲଢ଼ିବାକୁ ମୋର ଇଚ୍ଛା ନାହିଁ । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପରିବହନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି, ବୟସର କଥା ନୁହଁ ମୁଁ ରାଜନୀତି ଛାଡ଼ିବି ନାହିଁ । ରାଜନୀତି କରିବି, କାରଣ ଲୋକଙ୍କ ସେବା କରିବା ପାଇଁ ରାଜନୀତି ଏକ ପ୍ରକୃଷ୍ଟ ମଞ୍ଚ । ମୁଁ ଗୋଟେ ଭଲ ରାଜନୈତିକ ଦଳରେ ଅଛି, ଯାହା ବିଶ୍ୱର ସର୍ବବୃହତ ରାଜନୈତିକ ଦଳ । ଭାରତୀୟ ଜନତା ପାର୍ଟି ମୋତେ କ୍ଷମତାସୀନ କରାଇଛି । ମୋତେ ସମସ୍ତ ପଦପଦବୀରେ ବସାଇଛି । ଲୋକଙ୍କ ସେବା କରିବା ଲୋକଙ୍କ ମଙ୍ଗଳ କରିବା ବେଳେ ମନ ରାଜନୀତି ଛାଡ଼ିବି ବୋଲି କେବେ କହିନି, ନିର୍ବାଚନ ଲଢ଼ିବା ପାଇଁ ମୋର ଇଚ୍ଛା ନାହିଁ ।

ଏ ଖବର ବି ପଢ଼ନ୍ତୁ:- ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ

ରାଜନୀତି ମୋତେ ଛାଡିବ ନାହିଁ । ମାତ୍ର ଯୁବକ ମାନେ ଆଗକୁ ଆସନ୍ତୁ । ମୋର ଯୁବ ବୟସ ପଳେଇଲାଣି । ମୋତେ ଆଉ ବର୍ଷେ ପରେ ୬୦ ବର୍ଷ ବୟସ ଛୁଇଁବ । ସବୁଠାରୁ ବଡ଼ ଦଳ ଭାରତୀୟ ଜନତା ପାର୍ଟିର ସଭାପତି ନୀତିନ ନବୀନ ଯିଏ ଜଣେ ଯୁବ ବୟସର । ତାହା ବିଜେପି ଦଳର ଗୋଟେ ଗର୍ବର ବିଷୟ । ଯଦି ଦଳ ନିଷ୍ପତି ନେଉଛି ଜଣେ ଯୁବକଙ୍କ ହାତରେ ଦାଇତ୍ୱ ଦେଇଛି ସେହିଠାରୁ ଶିଖିବା କଥା ଯେ ଯୁବକ ମାନଙ୍କୁ ଆଗକୁ ଆସିବା ଦରକାର । ସେମାନେ ମଧ୍ୟ ରାଜନୀତି କରିବା ଦରକାର । ଯିଏ ସଂଗଠନରେ କାମ କରେ ତାକୁ ବହୁତ ଆଖି ଦେଖେ । ଦଳ ନୀତିନ ନବୀନଙ୍କୁ ଅଧ୍ୟକ୍ଷ କରି ସମସ୍ତଙ୍କୁ ଚମକାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ବଡ଼ ବଡ଼ ନେତା ତାଙ୍କୁ ବସ୍ ବୋଲି ସମ୍ବୋଧନ କରିବା ବିଜେପି ଦଳର ସଂସ୍କାର ।

ଏ ଖବର ବି ପଢ଼ନ୍ତୁ:- ସିବିଆଇ ତଦନ୍ତରେ ଜଣାପଡ଼ିଲା ସତ, SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଥିଲା ସୀତାରାମ

ମୋର ଆଗାମୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ନାହିଁ । ମୋତେ ଅନୁଭବ ହୁଏ ଯେତେବେଳେ ମୁଁ ସତ କଥା କହିଦିଏ । ମୋର ସେମିତି କିଛି ମନକୁ ଆସିଛି ଲଢ଼ିବିନି ବୋଲି ତେଣୁ ମୁଁ କହିଦେଲି । ମୋ ପାର୍ଟି ମୋତେ ବହୁ କ୍ଷମତା ଦେଇଛି, ମନ୍ତ୍ରୀ ବି କରେଇଛି ତେଣୁ ଦଳକୁ ସଂଗଠିତ କରିବା ସହ ଦଳକୁ ଅଧିକ ମଜବୁତ କରିବା ପାଇଁ ମୁଁ ସବୁବେଳେ ଉଦ୍ୟମ ଜାରି ରଖିବି । ଦଳ ଦ୍ୱାରା ଲୋକଙ୍କ ସେବା କରିବା ମୋର ମୂଳ ଲକ୍ଷ୍ୟ । ମୋ ମନରେ ସବୁବେଳେ ଯୁବକ ମାନଙ୍କ ପାଇଁ ଅପେକ୍ଷା ଅଛି । ମୋ ଦଳରେ ନେତୃତ୍ୱ ଅଭାବ ନାହିଁ । ମୁଁ ନ ଲଢ଼ିଲେ ବି ମୋ ଦଳ କହିବ ଲୋକଙ୍କ ସେବା କରିବା ପାଇଁ ଆଉ ମୁଁ ସେବା କରିବି । କିନ୍ତୁ ମୁଁ କାହାକୁ ବାଧ୍ୟ କରିପାରିବିନି ଯେ ବୟସ ହେବା କାରଣରୁ ନିର୍ବାଚନ ଲଢ଼ନ୍ତୁ ନାହିଁ ବୋଲି ।

ଏ ଖବର ବି ପଢନ୍ତୁ:- ମୋତେ ହାରାସ୍ କରାଯାଉଥିଲା, ବାବୁ ପର୍ସନାଲ୍ କିଛି ନକଲେ ବି ଲୋକ ଲଗାଇ କରାଉଥିଲେ...

ସବୁଠାରୁ ବଡ଼ କଥା ହେଉଛି ଆମ ପାର୍ଟିର ମଣ୍ଡଳ ସଭାପତିଙ୍କ ବୟସ କାହାର ବି ୪୫ ବର୍ଷରୁ ଅଧିକ ହେବ ନାହିଁ । ଏହି ଦୃଷ୍ଟିରୁ ସେମାନଙ୍କୁ କମ୍ ବୟସରେ କରାଯାଇଛି କି ସେମାନେ ବେଶୀ କାମ ଆଉ ଭଲ କାମ କରିପାରିବେ । ଅଧିକ ବୟସ ହେଲେ ସେମାନେ ଆରାମରେ କାମ କରିପାରିବେ ନାହିଁ । ତାଙ୍କୁ ଅସୁବିଧା ହେବ । ଆମର ଶୀର୍ଷ ନେତୃତ୍ୱଙ୍କ ଅପେକ୍ଷା ରହିଲା ଯୁବ ନେତୃତ୍ବଙ୍କୁ ଆଗକୁ ଆଣିବା ।