ଅଲ୍ପ ଉଡି ଖସିପଡିଲା ପାରାଚ୍ୟୁଟ୍ : ପ୍ରାଣ ହରାଇଲେ ପାଇଲଟ୍, ଯାତ୍ରୀ ଆହତ

NEWS7
good-news-for-tourists-baby-trains-will-run-in-nandankanan-on-the-8th-of-next-month

ନୂଆଦିଲ୍ଲୀ, ୨୮/୧୨: ପାରାଗ୍ଲାଇଡିଂ ବେଳେ ଅଘଟଣ । ଆକାଶକୁ ଉଡିବା ପରେ ପାରାଗ୍ଲାଇଡର ବା ପାରାଚ୍ୟୁଟ୍ ଠିକସେ କାମ କଲାନି । ରାସ୍ତା ଉପରେ ଖସି ପଡିଲା । ଯେଉଁଥିରେ ଏହାର ପାଇଲଟ୍ ପ୍ରାଣ ହରାଇଥିବା ବେଳେ ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ହିମାଚଳପ୍ରଦେଶର କଙ୍ଗରା ଜିଲ୍ଲା ପାରାଗ୍ଲାଇଡିଂ ପାଇଁ ପ୍ରସିଦ୍ଧ । ଏଠାକୁ ସାରା ଦେଶରୁ ପର୍ଯ୍ୟଟକ ଆସିଥାନ୍ତି । ସେମାନେ ପାରାଗ୍ଲାଇଡିଂର ମଜା ନିଅନ୍ତି । ଶନିବାର କଙ୍ଗରରେ ଥିବା ବିର୍ ବିଲିଂ ପାରାଗ୍ଲାଇଡିଂ ଆସୋସିଏସନନର ଏକ ପାରାଗ୍ଲାଇଡର ପର୍ଯ୍ୟଟକଙ୍କୁ ନେଇ ଆକାଶକୁ ଯାଇଥିଲା । କିନ୍ତୁ ଆକାଶରେ ହି ଏହା ନିୟନ୍ତ୍ରଣ ହରାଇଥିଲେ । ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ଏହା ଦ୍ରୁତ ଗତିରେ ତଳକୁ ଖସି ରାସ୍ତାରେ ପଡିଥିଲା ।

ଅଘଟଣରେ ଏହାର ପାଇଲଟ୍ ପ୍ରାଣ ହରାଇଛନ୍ତି । କିନ୍ତୁ ଏଥିରେ ଥିବା ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଣ ହରାଇଥିବା ପାଇଲଟ୍ ହେଲେ ମୋହନ ସିଂ । ଆହତ ପର୍ଯ୍ୟଟକ ସ୍ଥାନୀୟ ମଣ୍ଡି ଜିଲ୍ଲାର ବୋଲି ଜଣାପଡିଛି ।

ଅଘଟଣ ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟ ପର୍ଯ୍ୟଟକ ଏବଂ ପାଇଲଟଙ୍କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ରାସ୍ତାରେ ହିଁ ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ କେଉଁ କାରଣରୁ ପାରାଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡି ନାହିଁ । ଘଟଣାର ତଦନ୍ତ ଚାଲିଛି । ଯାନ୍ତ୍ରିକ ଟ୍ରୁଟି ନା ପାଇଲଟଙ୍କ ଭୁଲ ପାଇଁ ଏପରି ହୋଇଛି ତାହାର ତଦନ୍ତ ଚାଲିଛି ।

ଦୁର୍ଘଟଣା ପରେ ଏପରି ଦୁଃସାହସିକ କ୍ରୀଡା ପ୍ରଦର୍ଶନ କରୁଥିବା ସଂସ୍ଥାମାନେ ସ୍କାନରକୁ ଆସିଛନ୍ତି । ପ୍ରଦର୍ଶନ ବେଳେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି ନା ନାହିଁ ସେନେଇ ସ୍ଥାନୀୟ ପ୍ରଶାସନ ତଦାରଖ କରୁଛି । ପାଇଲଟଙ୍କ ସାର୍ଟିଫିକେଟ୍ ଏଂବ ଅଭିଜ୍ଞତା ସଠିକ ଅଛି ନା ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯାଉଛି ।