ରାଜ୍ୟ ବାହାରେ ଅଛି ମହାପ୍ରଭୁଙ୍କ ଜମି, ଅବରୋଧ କରିଥିବା ଲୋକଙ୍କ ବିରୋଧରେ ହେବ ଆକ୍ସନ

NEWS7
good-news-for-employee-double-digit-growth-in-salary

ଭୁବନେଶ୍ୱର ୦୬।୧୨ : ରାଜ୍ୟ ବାହାରେ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଜମି । ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫ ଏକର ୨୫୨ ପରିମିତ ଜମି ଚିହ୍ନଟ କରାଯାଇଛି । ଓଡ଼ିଶାର ୨୪ ଜିଲ୍ଲାରେ ଜଗନ୍ନାଥଙ୍କ ୬୦ ଏକର ୪୨୬. ୯୪୩ ଜମି ରହିଛି । ସେଥିରୁ ୩୮ ଏକର ୦୬୧.୭୯୨ ପରିମିତ ଜମି ସଂଶୋଧିତ ସ୍ୱତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ଅଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେହିପରି ବେଆଇନ୍ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମିକୁ ତଦନ୍ତ କରାଯାଇ ଚିହ୍ନଟ କରାଯାଉଛି । ରାଜ୍ୟର ୭ ଜିଲ୍ଲାରେ ୧୬୯ ଏକର ୮୬୧୬୭ ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉଚ୍ଛେଦ କରାଯିବା ପାଇଁ ଶ୍ରୀମନ୍ଦିର ଆଇନ ଅନୁଯାୟୀ ୯୭୪ଟି ବେଆଇନ ଅବରୋଧ ମୋକଦ୍ଦମା ଦାୟର କରାଯାଇଛି ।