ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ : ଜଣେ ମୃତ, ୫ ଗୁରୁତର

NEWS7
gold-prices-fall-700-after-hitting-record-high

ଘଟଗାଁ ୧୫।୨: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଅଧା ରହିଗଲା ମା' ତାରିଣୀଙ୍କ ଦର୍ଶନ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରାସ୍ତାର ଧୁବୁଲାବେଡା ଛକ ନିକଟରେ ଦୁର୍ଘଟଣା ଘଟିଛି ।

​​​​​​​ଏ ଖବର ବି ପଢ଼ନ୍ତୁ:- ସୁରୁଖୁରୁରେ ଚାଲଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ପାସ୍ ବିଭ୍ରାଟ ଆଦୌ ହୋଇନି

ସୂଚନାଯୋଗ୍ୟ ଯେ, ଆଠଗଡ଼ ବଡମ୍ବା ଗ୍ରାମର ରବୀନ୍ଦ୍ର ନାଥ ମହାନ୍ତି ଝିଅ, ଜ୍ବାଇଁ ଓ ପରିବାର ସହିତ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ଧୁବୁଲାବେଡ଼ା ଛକ ନିକଟରେ ଭାରସାମ୍ୟ ହରାଇଲା କାର୍ । ଫଳରେ ଗଛରେ ପିଟିହୋଇ ଘଟିଲା ଦୁର୍ଘଟଣା । ଜ୍ବାଇଁ ଡ୍ରାଇଭିଂ କରୁଥିବା ବେଳେ ବାମପଟ ଆଗ ସିଟ୍ରେ ବସିଥିଲେ ଶ୍ବଶୁର ରବୀନ୍ଦ୍ରନାଥ ମହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି ।