ଏତେ ପରେ ବି ଚେତୁନାହାନ୍ତି : ୪ ଦିନ କଟକଣା ପରେ ଚାଲିଲା ଡ଼ଙ୍ଗା, କେହି ବି ପିନ୍ଧିନାହାନ୍ତି ଲାଇଫ୍ ଜ୍ୟାକେଟ୍

NEWS7
gold-prices-fall-700-after-hitting-record-high

ଛତ୍ରପୁର ୬।୧: ଚାରି ଦିନ କଟକଣା ପରେ ବି ନିୟମକୁ ଫୁ । ନିର୍ଦ୍ଧାରିତ ସମୟରେ ଚାଲିଲା ଡ଼ଙ୍ଗା, ଚାଲିନି ଭସାପୋଲ । ଡ଼ଙ୍ଗାରେ କେହି ବି ପିନ୍ଧୁନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏତେ ପରେ ବି ଚେତୁନାହାନ୍ତି ଲୋକେ । ପ୍ରଶାସନର ନିୟମକୁ କରୁଛନ୍ତି ବେଖାତିର ।

ସୂଚନାଯୋଗ୍ୟ ଯେ, ଘନ କୁହୁଡ଼ି ପାଇଁ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ଚଳିତ ମାସ ୨ ତାରିଖରୁ ଦିନ ୧୧ଟା ପୂର୍ବରୁ ଚିଲିକାରେ କୌଣସି ଡ଼ଙ୍ଗା କିମ୍ବା ଭସାପୋଲ ଚଳାଚଳ କରିପାରିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ ଏହି ନିର୍ଦ୍ଦେଶନାମା ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ତେବେ କୁହୁଡ଼ି ପାଇଁ ଚିଲିକାରେ ଯାତାୟତ ବେଳେ ସମସ୍ୟା ହେବା ସହ କେଉଁଠା ନା କେଉଁଠି ଭସାପୋଲ ଅଟକି ରହୁଥିଲା । ଏପରିକି ଚଳିତ ମାସ ୧ ତାରିଖରେ ଭସାପୋଲରୁ ପଡ଼ି ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହାସହ ଯାତ୍ରା କରିବା ସମୟରେ ଭସାପୋଲ ହେଉ ବା ଡ଼ଙ୍ଗା ସମସ୍ତ ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯଦି ଏହାକୁ କେହି ଅବମାନନା କରିବେ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଇଛିଛି ।

ଅନ୍ୟପକ୍ଷରେ ଚାରି ଦିନ ଡଙ୍ଗା ବନ୍ଦ ରହିବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସଠିକ୍ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନଥିଲେ । ଯେହେତୁ କୃଷ୍ଣପ୍ରସାଦରୁ ପୁରୀ ଯାତାୟତ ମଧ୍ୟମ ହେଉଛି ଚିଲିକା । ତେଣୁ ପ୍ରତିଦିନ କ ଶହ ଶହ ଲୋକ କୌଣସି ନା କୌଣସି କାମରେ ଯାତାୟତ କରିଥାନ୍ତି । ତେବେ ମଙ୍ଗଳବାର ଆଗରୁ ଯେପରି ଡ଼ଙ୍ଗା ଚାଲୁଥିଲା ସେହିପରି ଚାଲିଛି । କିନ୍ତୁ କେହିବି ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧିନଥିବା ଦେଖିବାକୁ ମିଳିଛି । ପ୍ରଶାସନର ନିୟମକୁ ଫୁ କରି ଦେଇଛନ୍ତି ଲୋକେ ।