କାହା ସାହସରେ ପଶ୍ଚିମବଙ୍ଗ ଟ୍ରାକ୍ଟର ଓଡ଼ିଶାରୁ ବାଲି ଚାଲାଣ କରୁଛି ? ୪ ଜଣଙ୍କୁ ଧରିଲା ପୁଲିସ

NEWS7
gold-price-cuts-1-thousand-and-silver-price-slas-2-thousand-know-why

ଭୋଗରାଇ: ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ବେଳେ ଭୋଗରାଇ ବଡ଼ମନ୍ଦାରୁଣୀ ଛକ ନିକଟରୁ ୪ ବାଲି ବୋଝେଇ ଟ୍ରାକ୍ଟର ଜବଦ କଲା କମର୍ଦ୍ଦା ପୋଲିସ। ସୁବର୍ଣ୍ଣରେଖା ନଦୀ ଘାଟରୁ ଏହି ବାଲି ପଶ୍ଚିମବଙ୍ଗକୁ ଯାଉଥିଲା। ବାଲି ବୋଝେଇ ଟ୍ରାକ୍ଟର ସମେତ ୪ ଜଣ ଡ୍ରାଇଭର ମଧ୍ୟ ଅଟକ ଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ଟ୍ରାକ୍ଟରରେ ଏହି ଚୋରା ବାଲି ଚାଲାଣ ହେଉଥିଲା

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟରାଜପଥ ବଡ଼ମନ୍ଦାରୁଣୀ ଛକ ଦେଇ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ବେଧଡ଼କ ବେଆଇନ ବାଲି ଚୋରା ଚାଲାଣ ହେଉଥିଲା। ଏହି ସମୟରେ ଖବର ପାଇ କମର୍ଦ୍ଦା ପୁଲିସ ୪ ଟି ପଶ୍ଚିମବଙ୍ଗ ଟ୍ରାକ୍ଟରକୁ ଜବଦ କରିବା ସହିତ ଡ୍ରାଇଭରମାନଙ୍କୁ ଅଟକ ରଖିଛି।

ତେବେ କେମିତି କାହା ସାହସରେ ପଶ୍ଚିମବଙ୍ଗ ଟ୍ରାକ୍ଟର ଓଡ଼ିଶାରୁ ବାଲି ଚାଲାଣ କରୁଥିଲା ଏବଂ କେତେ ଦିନ ଧରି ଏଭଳି ଚୋରା ଚାଲାଣ ହେଉଥିଲା ତାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି ପୋଲିସ। ମାମଲାରେ ତଦନ୍ତ ଜାରି ରହିଛି।