ଓଭରଟେକ୍ ହେଲା କାଳ, ବସ୍‌ରେ ପିଟି ହୋଇ ଚକ ତଳେ ପଡ଼ି ଚାଲିଗଲା ୩ ଜୀବନ

NEWS7
gold-and-silver-online-shopping-increases-in-lockdown

ରାଇରଙ୍ଗପୁର ୨।୧: ଓଭରଟେକ୍ କରିବାକୁ ଯାଇ ଚାଲିଗଲା ଜୀବନ । ଯାତ୍ରୀବାହୀ ବସ୍‌ରେ ପିଟିହୋଇ ତଳେ ପଶିଗଲା ବାଇକ୍ । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି । ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ‘ଶ୍ରୀ ଦୁର୍ଗା’ ନାମକ ଯଶୀପୁର ଆଡ଼କୁ ଯାଉଥିଲା । ସେହି ସମୟରେ ସମ୍ମୁଖ ପଟରୁ ୩ ଜଣ ଏକ ବାଇ ଦ୍ରୁତଗତିରେ ଆସୁଥିଲେ । ଏକ ଟ୍ରକ୍‌କୁ ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ବସ୍‌ରେ ପିଟି ହୋଇ ଚକତଳେ ପଡ଼ିଯାଇଥିଲେ । ବାଇକ୍ ଚାଳକ ବାଇକ୍ ସହିତ ବସ୍ ତଳେ ପଶି କିଛିବାଟ ଘୋଷାଡି ହୋଇଯାଇଥିଲେ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ୩ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।