LIVE TV

ସିନେମାରେ ଧର୍ମେନ୍ଦ୍ରଙ୍କ ଯୋଗଦାନକୁ ସର୍ବଦା ‘ପ୍ରେମ’ର ସହ ମନେ ରଖାଯିବ: ରାହୁଲ ଗାନ୍ଧି

NEWS7
gold-and-jewelry-market-preparing-for-dhanterash

ନୂଆଦିଲ୍ଲୀ ୨୪।୧୧: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରସିଦ୍ଧ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ସୋମବାର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସିନେମାରେ ତାଙ୍କର ଅଦ୍ୱିତୀୟ ଯୋଗଦାନ ସର୍ବଦା ସମ୍ମାନ ଓ ପ୍ରେମର ସହ ମନେ ରଖାଯିବ। ଧର୍ମେନ୍ଦ୍ରଙ୍କ ସୋମବାର ମୁମ୍ବାଇରେ ପରୋଲକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଏ ନେଇ ରାହୁଲ ଗାନ୍ଧି ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ମହାନ ଅଭିନେତା ଧର୍ମେନ୍ଦ୍ର ଜୀଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦ ଓ ଭାରତୀୟ କଳା ଜଗତ ଲାଗି ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି।

ଧର୍ମେନ୍ଦ୍ର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଗତ ୧୨ ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । ମାତ୍ର ୧୩ ଦିନ ପରେ ସେ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିବାର ଥିଲା, କିନ୍ତୁ ତା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି।ବଲିଉଡରେ ଧର୍ମେନ୍ଦ୍ର ଦେଓ୍ବଲପାଖାପାଖି ୭ ଦଶନ୍ଧି ବିତାଇଛନ୍ତି । ଏହି ସମୟରେ ସେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ସେ ଅଭିନୟ କରିଥିବା ବେଳେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ଧର୍ମେନ୍ଦ୍ରଙ୍କୁ ହିନ୍ଦୀ ସିନେମାର ହି-ମ୍ୟାନ୍ ବୋଲି କୁହାଯାଏ। ନିଖୁଣ ଅଭିନୟ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି। ଚଳଚ୍ଚିତ୍ର ଶିଳ୍ପରେ ତାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ସହ ନ୍ୟାସନାଲ ଆୱାର୍ଡ ଏବଂ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ସେ ପାଇଛନ୍ତି। ତା' ବ୍ୟତୀତ ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର ନିମନ୍ତେ ୭ଥର ମନୋନୀତ ମଧ୍ୟ ହୋଇଥିଲେ, ହେଲେ ଗୋଟିଏ ବି ପୁରସ୍କାର ପାଇ ନାହାନ୍ତି।

ରାହୁଲ ଲେଖିଛନ୍ତି ଯେ ଭାରତୀୟ ସିନେମାରେ ତାଙ୍କର ପାଖାପାଖି ୭ ଦଶନ୍ଧୀର ଅଦ୍ୱିତୀୟ ଯୋଗଦାନକୁ ସର୍ବଦା ସମ୍ମାନ ଓ ପ୍ରେମର ସହ ମନେ ରଖାଯିବ। ରାହୁଲ ଲେଖିଛନ୍ତି ଯେ‘ଧର୍ମେନ୍ଦ୍ର ଜୀଙ୍କୁ ମୋର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛି’। ଦୁଃଖର ଏହି କ୍ଷଣରେ ତାଙ୍କ ଶୋକାକୂଳ ପରିବାର, ମିତ୍ର ଓ ଫ୍ୟାନସଙ୍କ ସହ ମୋର ସମବେଦନା ରହିଛି।