ଦ୍ୱାଦଶ ସ୍ମାଇଲ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୬, ପ୍ରଦର୍ଶିତ ହେବ ଶିଶୁ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ସିନେମା

NEWS7
global-times-tweet-video-after-indian-pm-border-visit

ନୂଆଦିଲ୍ଲୀ: ଦିଲ୍ଲୀର ଏଲପିଏସ୍ ଅଡିଟୋରିୟମରେ ଆରମ୍ଭ ହୋଇଛି ଦ୍ୱାଦଶ ସ୍ମାଇଲ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୬ ।  ଶିଶୁ ଏବଂ ଯୁବ ଫିଲ୍ମ ମେକରଙ୍କ ତିଆରି ସିନେମା ଏଠାରେ ପ୍ରଦର୍ଶିତ କରାଯିବ ସହ ଷ୍ଟୋରୀ ଟେଲିଂ କର୍ମଶାଳା ମଧ୍ୟ ଆୟୋଜିତ ହୋଇଛି ।

ଭଲ ସିନେମା ମାଧ୍ୟମରେ ଅନ୍ତର୍ଭୁକ୍ତୀ, ବିବିଧତା, ସମାନତା ଏବଂ ସୁଗମତାର ଥିମରେ ଏହି ଉତ୍ସବ ପାଳନ କରାଯାଉଛି । SIFFCY ଚଳଚ୍ଚିତ୍ରର ଦ୍ୱାଦଶ ସଂସ୍କରଣ ୟୁରୋପୀୟ ୟୁନିଅନ ଏବଂ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗର ସହଭାଗିତାରେ ଅନୁଷ୍ଠିତ ହେଉଛି ।

ଭାରତ ସମେତ ବିଭିନ୍ନ ଦେଶର ଶିଶୁ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି । ଏହି ମହୋତ୍ସବ ଜାନୁଆରୀ ୨୮ରୁ ଫେବ୍ରୁଆରୀ ୩ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀରେ ଚାଲିବ । ଆଗାମୀ ଦିନରେ ଓଡ଼ିଶାର ଶିଶୁ କଳାକାରଙ୍କୁ ଫିଲ୍ମ ପାଇଁ ପ୍ରୋତ୍ସାହିତ କରିବା ସହ ଓଡ଼ିଆ ଫିଚର୍, ଶିଶୁ ଫିଚର୍ ଫିଲ୍ମ ପ୍ରସ୍ତୁତ କରିବାର ଯୋଜନା ରହିଛି ବୋଲି SIFFCYର ଫେଷ୍ଟିଭାଲ ଡାଇରେକ୍ଟର ଜିତେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।