ବ୍ୟବସାୟୀଙ୍କୁ ଅଟକାଇଲେ, ମାଉଜର ଦେଖାଇଲେ ; ୧୫ କେଜି ଓଜନର ରୁପା ଅଳଙ୍କାର ଲୁଟ୍

NEWS7
glacier-breaks-again-in-chamoli-big-breaking

ଆସିକା ୧୨।୧: ମାଉଜର ଦେଖାଇଲେ । ବ୍ୟବସାୟୀଙ୍କ ଠାରୁ ରୁପା ଅଳଙ୍କାର ଲୁଟିନେଲେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମୋହନା ପଲ୍ଲୀ ଛକ ନିକଟରେ ଘଟିଛି ଏଭଳି ଲୁଟ୍ ଘଟଣା । ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ୍ ହୋଇଛି l

ସୂଚନାଯୋଗ୍ୟ ଯେ, ପୁରୁଷୋତ୍ତମପୁର ଅଞ୍ଚଳର ବ୍ୟବସାୟୀ ବେଲା ସେନାପତି ଗୋଟିଏ ବାଇକ୍‌ରେ ୧୫ କେଜି ଓଜନର ବିଭିନ୍ନ ପ୍ରକାର ରୁପା ଅଳଙ୍କାର ନେଇ ମୋହନା ପଲ୍ଲୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଉଥିଲେ । ସେହି ସମୟରେ ରାସ୍ତାରେ ତିନି ଜଣ ଯୁବକ ଗୋଟିଏ ବାଇକ୍‌ରେ ପିଛାକରି ମୋହନା ପଲ୍ଲୀ ଛକ ନିକଟରେ ବାଇକ୍‌କୁ ଅଟକାଇଥିଲେ । ଏହାସହ ମାଉଜର ଦେଖାଇ ଆକ୍ରମଣ କରିଥିଲେ । ପରେ ବ୍ୟବସାୟୀଙ୍କ ଠାରୁ ରୁପା ଅଳଙ୍କାର ଲୁଟ୍ କରି ଚମ୍ପଟ ମାରିଥିଲେ l ଘଟଣା ନେଇ ରୁପା ବ୍ୟବସାୟୀ ଜଣଙ୍କ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଲୁଟ୍‌ରେ ସମ୍ପୃକ୍ତ ଯୁବକ ମାନେ କିଏ ତାର ଯାଞ୍ଚ କରୁଛି ପୋଲିସ l