ଅବସର ନେଲେ ସୁନିତା ଓ୍ୱିଲିୟମ୍ସ : ୨୭ ବର୍ଷର କ୍ୟାରିଅର, ମହାକାଶରେ ୬୦୮ ଦିନ

NEWS7
girls-deadbody-found-from-bonai-murder-suspect

ନ୍ୟୁୟର୍କ,୧|୦୧ : ଅବସର ନେଲେ ସୁନୀତା ଓ୍ୱିଲିୟମ୍ସ । ଦୀର୍ଘ୨୭ବର୍ଷ ଧରି ନାସାରେ କାମ କରିବା ପରେ ଶେଷରେ ସୁନୀତା ଅବସର ଗ୍ରହଣ କରିଛନ୍ତି । ମଙ୍ଗଳବାର ଏନେଇ ନାସା ଘୋଷଣା କରିଛି । ତେବେ ଗତ ବର୍ଷ ଡିସେମ୍ବର୨୭ତାରିଖରୁ ସେ ଅବସର ନେବା ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥାକୁ ଜଣାଇ ଦେଇଥିଲେ ।

ନାସାର ପ୍ରଶାସକ ଜେଆର୍ଡ୍ ଆଇଜାକମ୍ୟାନ୍ କହିଛନ୍ତି ଯେ, ସୁନୀତା ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ମହାକାଶକୁ ନେଇ ଅନେକ ଗବେଷଣା କରାଯାଇଛି । ଦୀର୍ଘଦିନ ଧରି ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରହି ଗବେଷଣା କରିବାରେ ସଫଳ ହୋଇଥିଲେ । ଆଗାମୀ ପୀଢି ପାଇଁ ସୁନୀତାଙ୍କ କାର୍ଯ୍ୟ ଉଦାହରଣ ହୋଇ ରହିବ । ଚନ୍ଦ୍ର ଏବଂ ମଙ୍ଗଳକୁ ନେଇ ଆରମ୍ଭ ହୋଇଥିବା ଆର୍ଟେମିସ୍ ମିଶନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଜେଆର୍ଡ ଆହୁରି କହିଛନ୍ତି ଯେ, ସୁନୀତା ଯାହା ହାଲ କରିଛନ୍ତି ତାହା ଆଗାମୀ ମହାକାଶଚାରୀଙ୍କ ପାଇଁ ପ୍ରେରଣା ହୋଇ ରହିବ । ସେ ସମସ୍ତ ସୀମା ଅତିକ୍ରମ କରି ନିଜର ସ୍ୱପ୍ନକୁ ପୂରଣ କରିଛନ୍ତି । ତାଙ୍କ ଅବସର ପାଇଁ ଅଭିନନ୍ଦନ ଜଣାଇଛନ୍ତି ଜେଆର୍ଡ୍ ।

ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ଏହି ମହାକାଶଚାରୀ ମହାକାଶରେ ତିନୋଟି ମିଶନକୁ ସଫଳ କରିଥିଲେ । ସେ ପ୍ରାୟ୬୦୮ଦିନ ମହାକାଶରେ ବିତାଇଛନ୍ତି । କେବଳ ଏତିକି ନୁହେଁ ଶେଷ ଥର ପାଇଁ୧୦ଦିନିଆ ଆଇଏସଏସ ଯାତ୍ରା କରିଥିଲେ । କିନ୍ତୁ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି୧୦ଦିନମାସରୁ ଅଧିକ ହୋଇ ଯାଇଥିଲା । ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା ।