ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା; ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା, ୧୫ ମୃତ

NEWS7
girlfriend-murdered-police-constable-in-bundi

ନୂଆଦିଲ୍ଲୀ ୦୨।୦୧; ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଯେଉଁଥିରେ ବିଶ୍ଵ ବିଦ୍ୟାଳୟ ଖେଳାଳୀ ସାମିଲ ଥିଲେ । ଏହା ସହ ୨୫ରୁ ଅଧିକ ଆହତ ହୋଇଛନ୍ତି । ଲାହୋରରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ଆଡ୍ଡା ଫକିର ଦି କୁଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।

ଗୁରୁବାର ରାତିରେ ଏକ ବସ୍‌-ଦ୍ରୁତଗାମୀ ଯାତୀବାହୀ ଭ୍ୟାନ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିର ସାମ୍ନା ପଟ ଖଣ୍ଡଖଣ୍ଡ ହୋଇଯାଇଥିଲା । ଚିତ୍କାର ଏତେ ଜୋରରେ ଶୁଣାଯାଇଥିଲା ଯେ ସ୍ଥାନୀୟ ଲୋକେ ଦୌଡି ଯାଇ ଫସିଥିବା ଲୋକଙ୍କୁ ଉଦ୍ଧାର କରି ପୋଲିସ୍‌କୁ ସୂଚନା ଦେଇଥିଲେ । ପରେ ସେମାନଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା ।

ଫୈସଲାବାଦର ଡେପୁଟି କମିଶନର ଅଲି ଆକବର ଭିଣ୍ଡରଙ୍କ ଅନୁଯାୟୀ, ବସ୍‌ରେ ଥିବା ଯାତ୍ରୀମାନେ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (UVAS)ର ଖେଳାଳି ଥିଲେ। ଯେଉଁମାନେ ଲାହୋରରେ ଏକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିଲେ। ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ୍ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି।