ପୂର୍ବଶତ୍ରୁତାରୁ ଭୟଙ୍କର ପରିଣାମ, ଏସିଡ୍ ଫିଙ୍ଗିଲେ ଯୁବକ..

NEWS7
girl-kidnapped-at-the-age-of-13-rescued-after-32-years

ପଟ୍ଟାମୁଣ୍ଡାଇ ୧୩।୦୧ : ଯୁବକଙ୍କୁ ଏସିଡ୍‌ ମାଡ଼ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଏସିଡ୍‌ ମାଡ଼ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଖବର ଅନୁଯାୟୀ, ଦୀର୍ଘ ସମୟରେ ଧରି ରବିନ୍ଦ୍ର ସାହୁ ଓ ବିଜୟ ସାହୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାର ପରିଣତି ଏବେ ଏସିଡ୍‌ ଆଟାକ ହୋଇଛି । ବିଜୟ ସାହୁ ପୂର୍ବ ରାଗ ରଖି ରବିନ୍ଦ୍ର ସାହୁଙ୍କ ଉପରକୁ ଏସିଡ୍‌ ଆଟାକ କରିଥିଲେ । ଯେଉଁଥିରେ ରବିନ୍ଦ୍ର ସାହୁ ଗୁରୁତର ହୋଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ରବିନ୍ଦ୍ରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ରବିନ୍ଦ୍ର ବର୍ତ୍ତମାନ କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ସେପଟେ ଏସିଡ୍‌ ମାଡ଼ ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରଥମେ ଏସିଡ ଆଟାକ କରିଥିବା ବିଜୟ ସାହୁଙ୍କ ଅଟକ ରଖିଛି । ଏହାସହ ଘଟଣାସ୍ଥଳରୁ ତିନି ବୋଲର ଏସିଡ୍‌ ମଧ୍ୟ ଜବତ କରିଛି । ତେବେ ଏସିଡ୍ ବିକ୍ରି ଉପରେ ସରକାର କଟକଣା ଲଗାଇଥିବା ବେଳେ ଏତେ ପରିମାଣର ଏସିଡ କେଉଁ ସ୍ଥାନରୁ ଆଣିଲେ । ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।