ଖାମେନୀଙ୍କ ମୃତ୍ୟୁ ପରେ ସେଲିବ୍ରେସନ, ଅନେକ ଜାଗାଗେ ଖୁସି ଏବଂ ଉତ୍ସବ

NEWS7
girl-kidnapped-at-the-age-of-13-rescued-after-32-years

ତେହେରାନ, ୦୧ /୦୩: ଆୟୋତଲ୍ଲା ଅଲ୍ଲୀ ଖାମେନୀଙ୍କ ମୃତ୍ୟୁ ଖବର । ୧୯୭୯ ପରେ ଇରାନରେ ପୁଣିଥରେ ବିରାଟ ପରିବର୍ତ୍ତନର ଦୃଢ ସମ୍ଭାବନା ଇରାନ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନେତାଙ୍କ ନିଧନକୁ ସ୍ୱୀକାର କରାଯାଇଛି । କିନ୍ତୁ ଖବର ସରବରାହ ସଂସ୍ଥା ରଏଟର୍ସର ଖବର ଅନୁଯାୟୀ ଇରାନର ଷ୍ଟେଟ୍ ମିଡିଆ ବା ସରକାରୀ ଗଣମାଧ୍ୟମ ଖେମାନୀଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି ।

ଇରାନ୍ ଷ୍ଟେଟ୍ ମିଡିଆ ଉଲ୍ଲେଖ କରିଛି ଯେ, ଶନିବାର ଭୋର ସମୟରେ ଆମେରିକା-ଇସ୍ରାଏଲ ଏକ ଭୀରୁତାପୂର୍ଣ୍ଣ ଆକ୍ରମଣ କରିଥିଲେ । ସେତେବେଳେ ସର୍ବୋଚ୍ଚ ନେତା ଖାମେନୀ ତାଙ୍କ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ କରୁଥିଲେ । ଏହାସହ ଦେଶରେ ୪୦ ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି ।ଏନେଇ ଇରାନର ସରକାରୀ ଅନୁବନ୍ଧିତ ଗଣମାଧ୍ୟମ ରିପୋର୍ଟ କରିଥିହା ରୟଟର୍ସ ଦର୍ଶାଇଛି ।

ସେପଟେ ଡୋନାଲ୍ଡ ଟ୍ରମ୍ପ୍ ଗଣମାଧ୍ୟମକୁ ଖାମେନୀଙ୍କ ମୃତ୍ୟୁର ଖବର ଦେବା ପରେ ଇରାନୀୟ ଆମେରିକୀୟ ମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି । ସେପେ ଖାମେନୀଙ୍କ ମୃତ୍ୟୁ ପରେ କଠୋରପନ୍ଥୀ ସିହା ଧର୍ମଗୁରୁ ମାନଙ୍କ ନିୟନ୍ତ୍ରଣରୁ ଇରାନକୁ ମୁକ୍ତ କରିବାକୁ ଆମେରିକୀୟ ଗୋଇନ୍ଦା ସଂସ୍ଥା ସିଆଇଏ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ବିଶ୍ୱବ୍ୟାପୀ ଇରାନ ଆମେରିକୀୟ , ଖାମେନୀ ବିରୋଝୀ ଲୋକଙ୍କ ଉତ୍ସବ ଇରାନ ସରକାର ପରିବର୍ତ୍ତନ ସମ୍ଭାବନାକୁ ବଢାଇ ଦେଇଛି ।