ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ

NEWS7
girl-being-gangraped-in-sonepur-2-arrested

ଭୁବନେଶ୍ୱର ୧୮/୦୨: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା, ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ।

ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମବାୟ, ଶକ୍ତି, ବ୍ୟୟନ ଶିଳ୍ପ, msme, ଓ ବିଜ୍ଞାନ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ସେହିଭଳି ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ବିରୋଧୀ ଓ ଶାସକ ଦଳ ଗୃହରେ ଉଠାଇବେ। କଂଗ୍ରେସ ପକ୍ଷରୁ ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯିବ।

​​​​​​​ସୂଚନା ଥାଉକି, ମଙ୍ଗଳବାରଠୁ ଆରମ୍ଭ ହୋଇଥିଲା ବିଧାନସଭା ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ହରିବାବୁ କମ୍ୱପପତି । ସରକାରଙ୍କ ସଫଳତାର ଫର୍ଦ୍ଦ ଓଲଟାଇଥିଲେ ରାଜ୍ୟପାଳ । କହିଥିଲେ, ଓଡ଼ିଶା ପାଲଟିବ ଭାରତ ବିକାଶର ଗ୍ରୋଥ ଇଞ୍ଜିନ । 

also read...​​​​​​​ଅଧିବେଶନ ଆରମ୍ଭରୁ ରୋଚକ ଦୃଶ୍ୟ, ବଦଳିଲା ଦୁଇ ନେତାଙ୍କ ବିଧାନସଭା ବସିବା ସିଟ୍

ଆହୁରି ବି କହିଥିଲେ ରାଜ୍ୟରେ ନୂଆ ସରକାର୍ ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ୧୯ ହଜାର ସୃଷ୍ଟି କରିବାକୁ ଧାର୍ଯ୍ୟ କରାଯାଇଥିଲା । SHG ସଦସ୍ୟ ମାନଙ୍କୁ ବାର୍ଷିକ ଅନ୍ୟୁନ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ ।