ପଦ୍ମଶ୍ରୀକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରୋହିତ, ସରକାରଙ୍କୁ ଜଣାଇଲେ ଧନ୍ୟବାଦ, କହିଲେ...

NEWS7
gio-broad-band-user-cant-avail-cable-tv-subscription-free-know-why

ନୂଆଦିଲ୍ଲୀ,୩|୦୨ : ଭାରତୀୟ କ୍ରିକେଟର ହିଟମ୍ୟାନ୍ ରୋହିତ ଶର୍ମା । ଟିମ୍ ଇଣ୍ଡିଆକୁ ବଡ ବଡ ଟୁର୍ଣ୍ଣାମେଣ୍ଟରେ କରିଛନ୍ତି ଚାମ୍ପିଅନ୍ । ତାଙ୍କ ଖାତାରେ ରହିଛି ତ୍ରିପଲ ଡବଲ ସେଞ୍ଚୁରି । ତେବେ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ରୋହିତ ।

୨୦୦୭ ମସିହାରେ ପଦାର୍ପଣ କରିଥିଲେ ରୋହିତ । ଗତ ୧୯ ବର୍ଷ ଧରି ସେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଦୁଇଟି ଆଇସିସି ଟ୍ରଫି ଜିତିଛି । ତେବେ ପଦ୍ମଶ୍ରୀ ମିଳିବା ପରେ ରୋହିତ ପ୍ରଥର ଥର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିରେ ସେ ଖୁବ୍ ଆନନ୍ଦିତ ହୋଇଥିବା କହିଛନ୍ତି ।

ହିଟମ୍ୟାନ୍ କହିଛନ୍ତି ଯେ, ଏହା ଏକ ମହାନ ସମ୍ମାନ । ଏହି ପୁରସ୍କାର ମିଳିଥିବାରୁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ତାଙ୍କ ପାଇଁ ଏବଂ ପରିବାର ପାଇଁ ଖୁବ୍ ସ୍ମରଣୀୟ ମୁହୂର୍ତ୍ତ । ତାଙ୍କ କ୍ୟାରିଅରରେ ଯୋଗଦାନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ । ସେ ନିଜ ଦେଶ ପାଇଁ ମ୍ୟାଚ୍ ଏବଂ ଟ୍ରଫି ଜିତିବାକୁ ସଦାବେଳେ ପ୍ରୟାସ କରିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରୋହିତ ଭାରତର ଅନ୍ୟତମ ସଫଳ ଅଧିନାୟକ । ସେ ୨୦୨୪ରେ ଆଇସିସି ଟି୨୦ ବିଶ୍ୱକପ୍ ଜିତାଇଥିଲେ । ଏହାପରେ ତାଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଅନ୍ସ୍ ଟ୍ରଫି ଜିତିଥିଲା । କେବଳ ଏତିକି ନୁହେଁ ୨୦୨୩ ବିଶ୍ୱକପ୍ ଫାଇନାଲରେ ସେ ଟିମ୍ ଇଣ୍ଡିଆକୁ ପହଁଚାଇଥିଲେ ।