ଥିରୁବନ୍ତପୂରମ୍‌ରେ କେମିତି ରହିଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ରେକର୍ଡ, କାହାକୁ ମିଳିବ ଓପନିଂ ଚାନ୍ସ

NEWS7
ghare-pasi-mahila-nku-hatya

କେରଳ ୩୧/୦୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଭାରତ ୩-୧ରେ ଆଗୁଆ ରହି ସିରିଜ କବ୍ଜା କରିସାରିଛି । କେବଳ ଦଳର ଅତିରିକ୍ତ ଖେଳାଳିଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ସୁଯୋଗ ଦେବା ସହ ବୋଲିଂ ବିଭାଗରେ ବିଭିନ୍ନତା ଆଣିବାକୁ ପ୍ରୟାସ କରାଯିବ । ନ୍ୟୁଜିଲାଣ୍ଡ ମଧ୍ୟ ଆଉ ଏକ ମ୍ୟାଚ ଜିତି ବିଶ୍ୱକପ୍ ପାଇଁ ମନୋବଳ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିବ ।

ବିଶାଖାପଟନମ ଠାରେ ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଅତିରିକ୍ତ ବୋଲର ନେଇ ଖେଳିଥିଲା ଓ ପରାଜିତ ହୋଇଥିଲା । ୨୧୬ ରନ୍ ଲକ୍ଷ୍ୟର ପିଛା କରୁଥିବାବେଳେ ବ୍ୟାଟରଙ୍କ ଅଭାବ ଅନୁଭବ କରି ହୋଇଥିଲା । କାରଣ ଇଶାନ କିଷନଙ୍କ ସ୍ଥାନରେ ଅତିରିକ୍ତ ବୋଲର ନେଇ ଖେଳିଥିଲା ଭାରତ । କିଷନ ଫିଟ୍ ହୋଇ ସାରିଛନ୍ତି ଓ ଶନିବାର ସେ ଖେଳିବା ଏକ ପ୍ରକାର ନିଶ୍ଚିତ । ତଥାପି ବ୍ୟାଟିଂ ବିଭାଗରେ ପରିବର୍ତ୍ତନ କରାଯାଇପାରେ । ସଞ୍ଜୁ ସାମସନ ଫର୍ମରେ ନାହାନ୍ତି ।

କିନ୍ତୁ ତାଙ୍କୁ ବିଶ୍ରାମ ନଦେଇ ବିଶ୍ୱକପ୍ ପୂର୍ବରୁ ଆଉ ଏକ ସୁଯୋଗ ଦେବାକୁ ଭାରତ ଚେଷ୍ଟା କରିବ । ସେ ମଧ୍ୟ ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବେ । କିଷନଙ୍କୁ ଓପନର ଭାବେ ଖେଳାଇବାର ସମୟ ଆସିଛି । ଅଭିଷେକ ଶର୍ମାଙ୍କୁ ବିଶ୍ରାମ ଦେଇ କିଷନଙ୍କୁ ଓପନ କରାଯାଇପାରେ । ୩ନଂ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ନ୍ୟୁଜିଲାଣ୍ଡ ମଧ୍ୟ ଓପନିଂ ବିଭାଗରେ ପରୀକ୍ଷା ନିରୀକ୍ଷା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଡେଭନ କନୱେଙ୍କ ସ୍ଥାନରେ ଫିନ ଆଲେନ ଓପନ କରିବା ଆଶା କରାଯାଉଛି ।

ଗତ ବିଗ ବାସ୍ ଲିଗ୍ରେ ସେ ୧୮୪.୧୮ ଷ୍ଟ୍ରାଇକ ରେଟ ୪୬୬ ରନ ସଂଗ୍ରହ କରି ଭାରତ ଆସିଛନ୍ତି । ତେଣୁ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ଏକ ସୁଯୋଗ ଦେବା ଜରୁରି । ଥିରୁଅନନ୍ତପୁରମ୍ ସ୍ଥିତ ଗ୍ରୀନ ଫିଲ୍ଡ ଷ୍ଟାଡ଼ିୟମ୍‌ରେ ଭାରତ ୨ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଉଭୟ ମ୍ୟାଚରେ ବିଜୟ ହାସଲ କରିଛି । ଏଠାରେ ମଧ୍ୟ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଦ୍ୱିତୀୟ ଭାଗରେ କାକର ଯୋଗୁଁ ବ୍ୟାଟିଂ ସହଜ ହେଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା/ଇଶାନ କିଷନ, ସଞ୍ଜୁ ସାମସନ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ହର୍ଷିତ ରାଣା/ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା । ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ ଆଲେନ, ଡେଭନ କନୱେ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ, ମିଚେଲ ସାଣ୍ଟନର (ଅଧିନାୟକ), ଜ୍ୟାକ ଫୋଲ୍କସ, ମାଇକେଲ ବ୍ରେସୱେଲ୍, କେଲି ଜାମିସନ/ମାଟ ହେନରୀ, ଜାକବ ଡଫ